ରାଉରକେଲା : ଆଜିଠାରୁ ପ୍ଲସ ୨ ପରୀକ୍ଷା ଆରମ୍ଭ ହେଲା।। ୨ ବର୍ଷ ପରେ ଅଫ୍ ଲାଇନ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।
ରାଉରକେଲା : ୧/୩ (ସତ୍ୟାନ୍ୟୁଜ) ରାଉରକେଲାର ବିଭିନ୍ନ କଲେଜରେ ଆଜିଠାରୁ ପ୍ଲସ 2 ପରୀକ୍ଷା ଆରମ୍ଭ ହୋଇଛି। ଏହି ପରୀକ୍ଷା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସହରର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ହୃଷିକେଶ ରାୟ ମହାବିଦ୍ୟାଳୟ , ମୁନିସିପଲ କଲେଜ ସମେତ ବିଭିନ୍ନ କଲେଜ ରେ ଏହି ପରୀକ୍ଷା ଆରମ୍ଭ ହୋଇଛି। ବିଜ୍ଞାନ , କଳା ଏବଂ ବାଣିଜ୍ୟରେ ଏହି ପରୀକ୍ଷା ହେଉଥିବା ବେଳେ ସକାଳ ୧୦ ଟାରେ ବିଜ୍ଞାନ ପରୀକ୍ଷା ହୋଇଥିଲା। ପରୀକ୍ଷା ଲାଗି ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ମୋବାଇଲ ଫୋନ , ସ୍ମାର୍ଟ ୱାଚ , କାର୍ଡ ବୋର୍ଡ ଆଦି ପରୀକ୍ଷା କେନ୍ଦ୍ର ନେବାକୁ ବାରଣ କରାଯାଇଥିଲା। କୋଭିଡ କଟକଣା ଯୋଗୁ ୨ ବର୍ଷ ହେଲା ଅନ ଲାଇନ ପରୀକ୍ଷା ହେଉଥିଲା। ଚଳିତ ବର୍ଷ ଅଫ ଲାଇନ ପରୀକ୍ଷା ହେଉଥିବାରୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।