ରାଉରକେଲା : ୧୨ ଘଣ୍ଟିଆ ରାଉରକେଲା ବନ୍ଦର ଆଂଶିକ ପ୍ରଭାବ।। ସୁପର ସ୍ପେସିଆଲିଟି ହସପିଟାଲକୁ
ଆପଲୋକୁ ହସ୍ତାନ୍ତର ପ୍ରତିବାଦରେ ବନ୍ଦ।

0 1,287

ରାଉରକେଲା : ୧/୩ (ସତ୍ୟାନ୍ୟୁଜ) ରାଉରକେଲା ସୁପର ସ୍ପେସିଆଲିଟି ହସପିଟାଲକୁ ଆପୋଲୋ ହସପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ବିରୋଧ କରିଛି ରାଉରକେଲା ନାଗରିକ ସୁରକ୍ଷା ସମିତି। ପ୍ରତିବାଦରେ ବୁଧବାର ଦିନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାଉରକେଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରାର ଆଂଶିକ ପ୍ରଭାବ ପଡିଛି। ଖୁବ କମ ସ୍ଥାନରେ ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ସ୍ବାଭାବିକ ରହିଛି। ଘରୋଇ ବସ ସେବା ବନ୍ଦ ରହିଥିବା ବେଳେ କେତେକ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି। ବିଶ୍ରା ଛକରେ ଆନ୍ଦୋଳନକାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କେତେକ ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରିଛନ୍ତି। ସୁପର ସ୍ପେସିଆଲିଟି ହସପିଟାଲ ଆପଲୋ କୁ ହସ୍ତାନ୍ତର ନକରି ଏମ୍ସ କୁ ପରିଚାଳନା ଦାୟିତ୍ବ ଦେବାକୁ ଦାବି କରାଯାଇଛି।

Leave A Reply

Your email address will not be published.