ସୁନ୍ଦରଗଡ଼ : ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଗେଲେବାହଲ ଗାଁରେ ପଶିଲା ବାଘ।। ଗ୍ରାମବାସୀ ଆତଙ୍କିତ।। ବନବିଭାଗ କର୍ମଚରୀଙ୍କ ବାଘ ଗତିବିଧି ଅନୁଧ୍ୟାନ।
ସୁନ୍ଦରଗଡ଼ : ୧/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଗେଲେବାହାଲ ଗାଁ ରେ ବୁଧବାର ଦିନ କଲରାପତରିଆ ବାଘ ପଶି ଯିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଘଟି ଜଣଙ୍କ ବାଡି ପଟେ ପଶୁଥିବା ବେଳେ ଘର ମାଲିକ ଦେଖି ପାଟି କରିବା ପରେ ଗାଁ ଲୋକ ମାନେ ଦୌଡ଼ି ଆସି ବାଘଟିକୁ ଘଉଡାଇଥିଲେ। ବାଘ ଟି ଦୌଡ଼ି ଦୌଡ଼ି ଏବେ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ରେ ଲୁଚିଛି । ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘର ଗତିବିଧିକୁ ଅନୁଧ୍ୟାନ କରୁଛନ୍ତି।