ରାଉରକେଲା : ବିଭିନ୍ନ ଦାବି ନେଇ ୱେସ୍କୋ ଏମ୍ପ୍ଲେଇଜ ଜଏଣ୍ଟ ଫୋରମର ବିକ୍ଷୋଭ ପ୍ରଦର୍ଶନ।। ଗ୍ରାହକ ସେବା ଉପରେ ଗୁରୁତ୍ୱ ଦେବାକୁ ଦାବି।

0 306

ରାଉରକେଲା ୨୯/୨(ସତ୍ୟାନ୍ୟୁଜ) ଓ୍ବେସକୋ ଏମ୍ପ୍ଲଇଜ୍ ଜଏଣ୍ଟ ଫୋରମ୍ ଦ୍ବାରା ଜେଲ୍ ରୋଡସ୍ଥିତ ଇଲେକ୍ଟ୍ରିକାଲ ସର୍କଲ ପରିସରରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଦାବିଗୁଡିକ ମଧ୍ୟରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଦୃଢ଼ ଆଇନ ପ୍ରଣୟନ କରି ସୁରକ୍ଷା ପ୍ରଦାନ। ଅଧିକାରୀମାନଙ୍କୁ ବିଜୁଳି ବିଲ୍ ଆଦାୟ କରିବାରୁ ବିରତି ଦେବାକୁ ମଧ୍ୟ ଦାବି ହୋଇଥିଲା। ଆଠ ଘଣ୍ଟା କାର୍ଯ୍ଯ ପରେ ଅନ୍ୟ କୌଣସି କାମରେ ନିଯୁକ୍ତ କରା ନଯିବାକୁ ମଧ୍ୟ ଦାବି କରା ଯାଇଥିଲା। ଜନସାଧାରଣମାନଙ୍କୁ ଉପଯୁକ୍ତ ବିଜୁଳି ସେବା ଏବଂ ନିର୍ଭୁଲ ବିଲ୍ ପ୍ରଦାନ କରିବାକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ବିକ୍ଷୋଭ ରେ ଓ୍ବେସକୋ ଏମ୍ପ୍ଲଇଜ୍ ଜଏଣ୍ଟ ଫୋରମର ସୁଶାନ୍ତ ପଣ୍ଡା, ଶିବାସିସ୍ ନାୟକ, ରଜତ ମହାନ୍ତି, ରାଜେଶ ପାଣ୍ଡେ, ସୋନାଲି ବାରିକ୍, ସ୍ବାଗତିକ ବଳ, ଜଗନ୍ନାଥ ବାରିକ୍, ପ୍ରବେଶ ପ୍ରସାଦ ମିଶ୍ର, ଦୀପକ୍ ଦାସ, ସଞ୍ଜୀବ ମାହାନ୍ତ ଏବଂ ବହୁ ଅଧିକାରୀଙ୍କ ସହ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.