ସୁନ୍ଦରଗଡ଼ : ଘରେ ନିଆଁ ଲାଗି ଯିବାରୁ ୨ ଜଣ ଯୁବକ ଜୀବନ୍ତ ଦଗ୍ଧ।। ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ।। ପୋଲିସ ତଦନ୍ତ ଜାରି।

0 397

ସୁନ୍ଦରଗଡ଼ : ୨୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନଥାନା ଲୁହୁରାଢିପା ରେ ଏକ ଘରେ ନିଆଁ ଲାଗିବା ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବାରୁ ଧୁଆଁ ରେ ଶ୍ୱାସରୁଦ୍ଧ ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ କିଞ୍ଜିରିକେଲା ଥାନା ବାଉଁରିମୁଣ୍ଡା ଗାଁ ର ଦୁଇ ଯୁବକ ଦିଲ୍ଲୀପ ଏବଂ ମିଠୁ ଲୁହୁରାଢିପା ବସଷ୍ଟାଣ୍ଡ ରେ ଶ୍ରମିକ ଭାବରେ କାମକରୁଥିଲେ। ରବିବାର ରାତିରେ ଖାଇ ସାରି ଘର ଭିତରେ କୁଲର୍ ଚଳାଇ ଶୋଇଥିବା କୁହାଯାଉଛି। କୁଲର ଉପରେ ରଖାଯାଇଥିବା ମହମବତୀ ରୁ ପ୍ରଥମେ କୁଲର ରେ ନିଆଁ ଲାଗିବା ପରେ ଘରେ ନିଆଁ ବ୍ୟାପି ଯାଇଥିଲା। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.