ରାଉରକେଲା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରପଡିଲେ ସହକାରୀ ପୋଷ୍ଟ ମାଷ୍ଟର। ମଧ୍ୟସ୍ଥି ଏଜେଣ୍ଟ ମଧ୍ୟ ଗିରଫ।
ରାଉରକେଲା : ୨୭/୨ (ସତ୍ୟାନ୍ୟୁଜ) ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଜାଲ ରେ ପଡିଲେ ରାଉରକେଲା ମୁଖ୍ୟ ଡାକଘର ର ସହକାରୀ ପୋଷ୍ଟ ମାଷ୍ଟର। ଏହଛଡ଼ା ଲାଞ୍ଚ ନେଣଦେଣ ରେ ମଧ୍ୟସ୍ଥତା କରୁଥିବା ଏଜେଣ୍ଟ ମଧ୍ୟ ସିବିଆଇ ହାତରେ ଧରା ପଡିଛନ୍ତି। ସିବିଆଇ ସହକାରୀ ପୋଷ୍ଟ ମାଷ୍ଟର ଏବଂ ଏଜେଣ୍ଟ ଙ୍କୁ ଗିରଫ କରିବା ପରେ କାର୍ଯ୍ୟାଳୟ ଏବଂ ଅଭିଯୁକ୍ତଙ୍କ ବାସଭବନରେ ଚଢ଼ାଉ ଜରି ରଖିଛି। ଜଣେ ମହିଳା ଏକାଉଣ୍ଟଧାରୀଙ୍କ ଠାରୁ ଏଜେଣ୍ଟ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଉଥିବା ବେଳେ ଭୁବନେଶ୍ୱର ରୁ ଆସିଥିବା ୧୦ ଜଣିଆ ସିବିଆଇ ଟିମ୍ ହାତରେ ଧରା ପଡିଥିଲେ ସହକାରୀ ପୋଷ୍ଟ ମାଷ୍ଟର । ସିବିଆଇ ସହକାରୀ ପୋଷ୍ଟ ମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଏଜେଣ୍ଟ ବିମଳ କୁମାର ମୁଦୁଲି ଙ୍କୁ ଗିରଫ କରି ପଚରା ଉଚୁରା କରୁଛନ୍ତି। ଏହି ଚଢାଉ ରେ ସିବିଆଇ ଡିଏସପି ଦିବାକର ନନ୍ଦ ଙ୍କ ନେତୃତ୍ବରେ ଇନ୍ସପେକ୍ଟର ଏ.କେ.ନନ୍ଦ ଏବଂ ଅଧିକାରୀ ମାନେ ସାମିଲ ଥିଲେ। ସୂଚନା ଅନୁସାରେ ହିତାଧିକାରୀଙ୍କୁ ତାଙ୍କର ଜମା ଅର୍ଥରୁ ଟଙ୍କା ଉଠାଇବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିଲା।