ରାଉରକେଲା: ୨୭/୨(ସତ୍ୟାନ୍ୟୁଜ) ଡିଏଭି ପୋଖରୀରେ ରବିବାର ସନ୍ଧ୍ୟାରେ ପାଣିରେ ବୁଡି ନିଖୋଜ ଯୁବକ ଆକାଶ ଟପ୍ପୋ ର ଶବ ଆଜି ସକାଳେ ପୋଖରୀରୁ ଉଦ୍ଧାର କରାଯାଇଛି। ଫାୟାର ବ୍ରିଗେଡ଼ ଟିମ ଗତକାଲି ରାତିରେ ଖୋଜି ଅକାଶକୁ ପାଇ ନଥିବା ବେଳେ ଆଜି ସକାଳେ ଶବ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ବାସନ୍ତୀ କଲୋନି ଆମ୍ବେଦକର ବସ୍ତିର ଦୁଇ ଜଣ ଯୁବକ ଗତକାଲି ସନ୍ଧ୍ୟାରେ ଡିଏଭି ପୋଖରୀକୁ ବୁଲିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଆକାଶ ଟପ୍ପୋ କୌଣସି କାରଣରୁ ଭାରସାମ୍ୟ ହରାଇ ଡିଏଭି ପୋଖରୀରେ ପଡ଼ିଯାଇଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଲୋକ ମାନେ ଦେଖି ଅଗ୍ନିଶମ ବାହିନୀକୁ ଘଟଣା ସଂପର୍କରେ ଜଣାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାତି ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ଆଜି ସକାଳେ ଆକାଶର ଶବ ଉଦ୍ଧାର କରାଯାଇଛି। ଏ ବାବଦରେ ଉଦିତନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି।