ରାଉରକେଲା/କୋଇଡା : ଆଖିବୁଜା ଗୁଳି ମାଡରେ ଜଣେ ମୃତ , ଜଣେ ଗୁରୁତର।। ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାନ୍ତି।।ପୋଲିସର ତଦନ୍ତ ଜାରି

0 639

ରାଉରକେଲା/କୋଇଡା : ୨୭/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ମାଲଦା ସରକାରୀ ଧର୍ମକଣ୍ଟା ନିକଟରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳି ମାଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି। ଆଜି ସକାଳେ ରାଉରକେଲା ଏସ୍ ପି ଘଟଣା ସ୍ଥଳକୁ ଯାଇଛନ୍ତି। ସାଇଣ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟଯେ ରବିବାର ସନ୍ଧ୍ୟାରେ ରମେଶ ଚାତମ୍ବା ଙ୍କ ଢାବାରେ ଚାରି ପାଞ୍ଚ ଜଣ ଦୁର୍ବୃତ୍ତମାନେ ଆସି ଢାବା ମାଲିକ ରମେଶ ଓ ଉପସ୍ଥିତ ଥିବା ତାଙ୍କ ସହଯୋଗୀ ରାମ ପୂର୍ତ୍ତି ଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଗୁଳି ଚାଳନା କରିବା ପରେ ଦୃବୃତ୍ତ ମାନେ ବାଇକ ରେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯୋଡା ହସପିଟାଲ ନେଇଥିଲେ । ଡାକ୍ତର ସେଠାରେ ରାମ ପୂର୍ତ୍ତୀ ଙ୍କୁ ମୃତ ଘୋଷଣା କରିଥିଲେ। ରମେଶ ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି। କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଚୋରା ଲୁହାପଥର କାରବାର କୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.