ମୟୁରଭଞ୍ଜ : ୨୬/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁପରିଡା) ରାଇରଙ୍ଗପୁର ସହରାଞ୍ଚଳ ଥାନାରେ ରବିବାର ଦିନ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସ୍ବର୍ଣ୍ଣଲତା ମିଞ୍ଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ରାଇରଙ୍ଗପୁର ଟାଉନର ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲ।। ବିଶେଷ କରି ସହରର ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ରାଇରଙ୍ଗପୁର ଥାନାର ଡମ୍ବରୁଧର ମହାନ୍ତ , ଆଲୋକ ସିଂ , ଅନିଲ କୁମାର ମହାନ୍ତ, ପୁରୁଷୋତମ ମହାନ୍ତ, ସାନ୍ତନୁ କୁମାର ସାହୁ, ସଂଜୀବ କୁମାର ରାମ,ଶୁପଦ ମହାନ୍ତ ପ୍ରମୁଖ ଉପସ୍ଥିତଥିଲେ। ଆଗାମୀ ଦିନରେ ଅଧିକ ଜନସାଧରଣଙ୍କୁ ନେଇ ବୈଠକ କରାଯିବ ବୋଲି ବୋଲି ଥାନା ଅଧିକାରୀ ସୂଚନା ଦେଇଥିଲେ।