ରାଉରକେଲା : ୨୬/୨(ସତ୍ୟାନ୍ୟୁଜ) ଇଣ୍ଡିଆନ ମେଡିକାଲ ଆସୋସିଏସନ ଓଡିଶା ଶାଖାର ୭୨ ତମ ବାର୍ଷିକ ଉତ୍ସବ ରାଉରକେଲାରେ ଅନୁଷ୍ଠିତ ହୋଇଯାଇଛି। ଦଣ୍ଡିଆପାଲି ଜେ ପି ହସପିଟାଲ କନଭେନସନ୍ ହଲରେ ଅୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଡାକ୍ତର ମାନେ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ର ଏବଂ ଜେପି ହସପିଟାଲ ଚେୟାରମ୍ୟାନ ସଞ୍ଜୟ ଵଂଶଲ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ
ଆଇ ଏମ୍ ଏ ରାଜ୍ୟ ସଭାପତି ଡକ୍ଟର ରଜତ କୁମାର ରାୟ , ଡକ୍ଟର ପ୍ରଭାତ କୁମାର ପଣ୍ଡା , ଡକ୍ଟର ବ୍ରଜ କିଶୋର ଦାସ , ଡକ୍ତର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ମହିଳା ସଶକ୍ତିକରଣ , ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ , କ୍ଲିନିକାଲ ଯୋଗାଯୋଗ ଦକ୍ଷତା , ଆର୍ଥିକ ସାକ୍ଷରତା , ସ୍ୱାସ୍ଥ୍ୟ ସେବା ଉପରେ ଡିଜିଟାଲ ପ୍ରଭାବ ଆଦି ପ୍ରସଙ୍ଗର ଆଲୋଚନା ହୋଇଥିଲା। ଏକ ସୁସ୍ଥ ସମାଜ ଗଠନ ଏବଂ ନିମ୍ନ ସ୍ତରରୁ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ଉଦଯାପନ ଉତ୍ସବରେ
ଆଇ ଏମ୍ ଏ ସଦସ୍ୟଙ୍କ ଦ୍ୱାରା ସଙ୍କଳ୍ପ ନିଆଯାଇଥିଲା।