ରାଉରକେଲା : ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଜେପି।। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି।

0 295

ରାଉରକେଲା : ୨୬/୨(ସତ୍ୟାନ୍ୟୁଜ) ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ରାଉରକେଲା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରେ ତଦନ୍ତ ଠିକ ଭାବେ ହେଉ ନଥିବା ଅଭିଯୋଗ କରି ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ରବିବାର ସକାଳେ ବିଜେପି ଯୁବ ମୋର୍ଚ୍ଚା ନେତୃତ୍ୱରେ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ଉଦିତନଗର ଆମ୍ବେଦକର ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ବିଜେପି ନେତା ନିହାର ରାୟ , ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଅଙ୍କୁଶ ବର୍ମାଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.