ରାଉରକେଲା : ରାଜସ୍ଥାନ ପରିଷଦର ଚାରି ଦିବସୀୟ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭ।। ଶନିବାର ଦିନ ବାହାରିଲା ଭବ୍ୟ ଶୋଭଯାତ୍ରା।

0 325

ରାଉରକେଲା ୨୫/୨((ସତ୍ୟାନ୍ୟୁଜ) ରାଜସ୍ଥାନ ପରିଷଦର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବାସନ୍ତୀ କଲୋନୀ ନିକଟସ୍ଥ ଡିଏଭି କ୍ରିକେଟ ପଡିଆରେ ଚାରି ଦିବସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଧୁସୂଦନ ମାର୍ଗ ସ୍ଥିତ ଅମର ଭବନ ପରିସରରୁ ଶନିବାର ଦିନ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ରାଜସ୍ଥାନୀ ବାଦ୍ୟ, ଗାଜେ – ବାଜେ, ଢୋଲ ଏବଂ ପ୍ରଜ୍ଞାପନ ମେଢ ସହିତ ଏହି ଶୋଭଯାତ୍ରା ସହର ପରିକ୍ରମା କରିଥିଲା। ମୁଖ୍ୟ ମାର୍ଗ ଦେଇ ଶୋଭଯାତ୍ରା ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପଡିଆର ଆୟୋଜନ ସ୍ଥଳରେ ପହଞ୍ଚିଥିଲା। ରାଜସ୍ଥାନ ପରିଷଦର ଅଧ୍ଯକ୍ଷ ଶୈଳେନ୍ଦ୍ର ମାରୋଠିଆଙ୍କ ନେତୃତ୍ୱରେ ଏହି ଶୋଭଯାତ୍ରା ବାହାରିଥିଲା। ପରିଷଦର ପୂର୍ବତନ ଅଧ୍ଯକ୍ଷ ମାଙ୍ଗିଲାଲ ବୋଥରା, ସରୋଜ ଟେକରିଓ୍ବାଲ, ମହାବୀର ତୋଦି, ଅନୂପ ଟେକରିବିଲ, ଘନଶ୍ୟାମ ଅଗ୍ରଓ୍ବାଲ, ତରୁଣ ମାଲିନୀ, ଶୋଭାଯାତ୍ରା ଚେୟାରମ୍ୟାନ ଓ ଉପାଧ୍ୟକ୍ଷ ସୁରେଶ କେଜରିଓ୍ବାଲ, ଜୁଗଳ ମାରୋଠିଆ, ସମ୍ପାଦକ ପଓ୍ବନ ଗଡିଆ, କୋଷାଧ୍ୟକ୍ଷ ପଓ୍ବନ ଅଗ୍ରଓ୍ବାଲ, ସହ-କୋଷାଧ୍ଯକ୍ଷ ନଟବର ବାଗେଡିଆ, ସହ ସମ୍ପାଦକ ଗୋପି ଖେମାନୀ, ମନୀଷ ତୋଡି ସମେତ କାର୍ଯ୍ଯକାରିଣୀ ସଦସ୍ୟ ଏବଂ ମହିଳା ସଦସ୍ୟ ମାନେ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାରଓ୍ବାଡି ସମାଜର ମାନ୍ଯଗଣ୍ଯ ବ୍ଯକ୍ତି ଓ ପରିଷଦ ପରିବାରର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିଥିଲେ। ରାଜସ୍ଥାନରୁ ଆସିଥିବା ଓଟ ସହ ବିଭିନ୍ନ ପ୍ରକାର ସାଜସଜ୍ଜା ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ମୂଖ୍ଯ ମାର୍ଗରେ ବିଭିନ୍ନ ତୋରଣ ଦେଇ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ ଲୋକମାନଙ୍କ ଦ୍ବାରା ପୁଷ୍ପ ପ୍ରଦାନ କରାଯାଇଥିଲା। ହରିୟାଣା ଭବନଠାରେ ଅଧ୍ଯକ୍ଷ ନରେଶ ଅଗ୍ରଓ୍ବାଲଙ୍କ ନେତୃତ୍ବରେ ଶୋଭାଯାତ୍ରାକୁ ସ୍ବାଗତ କରାଯାଇଥିଲା। ସନ୍ଧ୍ୟାରେ ଡିଏଭି ପଡିଆଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳା ଚାଲିଛି।

Leave A Reply

Your email address will not be published.