ମୟୁରଭଞ୍ଜ : ସଫେଇ କର୍ମଚାରୀଙ୍କୁ ‘ଗରୀମା’ ଯୋଜନାରେ ସାମିଲ କରିବାକୁ ଶିବିର।। କାରଞ୍ଜିଆ ପୌରପାଳିକା କଲ୍ୟାଣ ମଣ୍ଡପରେ ଶିବିର ଅୟୋଜିତ।
ମୟୂରଭଞ୍ଜ : ୨୫/୨(ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୌରପାଳିକା ସଫେଇ କର୍ମଚାରୀ ଙ୍କୁ ଗରିମା ଯୋଜନାରେ ସାମିଲ କରାଯିବା ନେଇ ଏକ ଶିବିର ଆୟୋଜିତ ହୋଇଯାଇଛି। ପୌରପାଳିକା କଲ୍ୟାଣ ମଣ୍ଡପରେ ଅୟୋଜିତ ଏହି ଶିବିର ୟୁ,ଏସ ଏଫ ର କ୍ଷେତ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓମପ୍ରକାଶ ରଥ ଙ୍କ ପ୍ରତକ୍ଷ ତତ୍ୱବାଧାନ ରେ ଅନୁଷ୍ଠିତ ହୋଇଥିଲା। ମୂଖ୍ଯ ଅତିଥି ଭାବେ କରଞ୍ଜିଆ ପୋୖରାଧ୍ୟକ୍ଷା ଶ୍ରୀମତୀ ପପୀ ପୃଷ୍ଟି ଯୋଗ ଦେଇଥିଲେ। ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା , କାର୍ଯ୍ୟନିର୍ବାହୀ ଅଧିକାରୀ ଶ ଗୁଦ୍ରା ହେମ୍ବ୍ରମ , ଯୁବ ସମାଜସେବୀ ଶ୍ରୀ ରୋହିତ କୁମାର ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଉକ୍ତ ଶିବିରରେ ସଫେଇ କର୍ମଚାରୀଙ୍କ ଆଧାର ପରିଚୟ ପତ୍ର, ବ୍ଲଡଗ୍ରୁପ ସାର୍ଟିଫିକେଟ ଆଦି ସଂଯୋଗ କରାଯାଇ ପରିଚୟପତ୍ର ପ୍ରସ୍ତୁତ କରାଯାଇଥିଲା।ଉକ୍ତ କାର୍ଡ ମାଧ୍ୟମରେ ସଫେଇ କର୍ମଚାରୀ ମାନେ ସରକାରଙ୍କ ବିଭିନ୍ନ ଯୋଜନା ରେ ସାମିଲ ହେବା ସହ ବିଭିନ୍ନ ସରକାରୀ ସୁଵିଧା ଲାଭ ନେଇ ପାରିବେ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ସି ଏମ୍ ଏମ୍ ସୌଭାଗ୍ୟ ପଟ୍ଟନାୟକ ପରିଚାଳନା କରିଥିଲେ। ପୌରପାଳିକା କର୍ମଚାରୀ ରୋହିତ କୁମାର ବେହେରା, ସମଜିତ୍ ଜେନା ,ଆଶିଷ ରଞ୍ଜନ ମହାପାତ୍ର ପ୍ରମୁଖ ସଂଯୋଜନା କରିଥିଲେ। ପ୍ରାୟ ୩୦ଜଣ ସଫେଇ କର୍ମଚାରୀଙ୍କ ନାମ ପଞିକରଣ ହୋଇଥିବାନେଇ ସୂଚନା ଦିଆଯାଇଛି।