ମୟୁରଭଞ୍ଜ : ରାଜ୍ୟ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜାଙ୍କ ଜିଲ୍ଲା ଗସ୍ତ।

0 285

ମୟୁରଭଞ୍ଜ : ୨୫/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଜ୍ୟ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜା ବହଳଦା ବ୍ଲକର ଝରାଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସହ ସେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ ଯେପରି ସରକାରଙ୍କ ମେଧା ବୃତ୍ତି ଯୋଜନାରୁ ବଞ୍ଚିତ ନ ରହିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଶ୍ରୀ ପରିଜା ପ୍ରଧାନ ଶିକ୍ଷକ ଶୃତି ରଞ୍ଜନ ପାଣିଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏହି ଗସ୍ତ ସମୟରର ବିଦ୍ୟାଳୟର ଆଲୁମିନି ସଭାପତି ତଥା ବରିଷ୍ଠ ଶିକ୍ଷାବିତ ଚିତ୍ତ ରଞ୍ଜନ ମଣ୍ଡଳ, ବହଳଦା ଜିଲ୍ଲା ପରିଷଦ ସଦସ୍ୟ ଭଗବତୀ ମିଶ୍ର,ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ,ଝରାଡ଼ିହି ସରପଞ୍ଚ ରଂଜିତା ନାଏକ,ସମାଜସେବୀ ବିକାଶ ମହାନ୍ତ, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଝରାଡ଼ିହି ହସ୍ପିଟାଲର ଡାକ୍ତର ଜୟନ୍ତ କୁମାର ଗିରି,ସମାଜସେବୀ କମଳା ମିଶ୍ର, ଲାଲମୋହନ ବାରିକ, ସିଙ୍ଗରାଇ ହାଁସଦା ପ୍ରମୁଖ ଉପସ୍ଥିତ ଥିଲେ I ଶ୍ରୀ ପରିଜାଙ୍କ ଗସ୍ତ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ହଷ୍ଟେଲର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.