ଅର ଏସ ପି ସ୍ୱୀକୃତି ନିର୍ବାଚନ ଲାଗି ବିଭିନ୍ନ ଶ୍ରମିକ ସଙ୍ଗଠନ ଚଳଚଞ୍ଚଳ ।

0 706

ଆଗକୁ ଆସୁଛି ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନ ର ସ୍ୱୀକୃତି ନିର୍ବାଚନ । ଦେଢ଼ ବର୍ଷ ହେଲା ନିର୍ବାଚନ ର ଅବିଧି ସାରିଯାଇଥିଲେ ମଧ୍ୟ ନିର୍ବାଚନ ହେଉ ନଥିବାରୁ ରାଉରକେଲା ଶ୍ରମିକ ସଙ୍ଘ କୋର୍ଟର ଦ୍ୱାରସ୍ଥ ହୋଇଥିଲେ

। ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ସ୍ୱୀକୃତି ନିର୍ବାଚନ ର ପ୍ରକ୍ରିୟା ଆରମ୍ଭ ହେଉଛି । ଏହା ମଧ୍ୟରେ ଦୁଇ ପ୍ରମୁଖ ଶ୍ରମିକ ସଙ୍ଗଠନ ରାଉରକେଲା ଶ୍ରମିକ ସଂଘ ଏବଂ ଗାଙ୍ଗପୁର ମଜଦୂର ମଞ୍ଚ ର ମିଶ୍ରଣ ଘଟିଛି । ଏବେ ଏହି ଦୁଇ ଶ୍ରମିକ ସଙ୍ଗଠନ ମିଳିତ ଭାବେ ନିର୍ବାଚନ ଲଢ଼ିବେ । ଗତ ସ୍ୱୀକୃତି ନିର୍ବାଚନରେ ବି ଏମ ଏସ ବିଜୟ ଲାଭ କରିଥିବା ବେଳେ ଏବେ ଏହି ଦୁଇ ଶ୍ରମିକ ସଂଗଠନ ମିଳିତ ଭାବେ ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହେଉଥିବରୁ ଭାରତୀୟ ମଜ଼ଦୁର ସଭା ଲାଗି ଅସୁବିଧା ହେବାର ଆକଳନ କରାଯାଉଛି । ତେବେ ରବିବାର ଦିନ ଏକ ପ୍ରେସମିଟ ରେ ଉଭୟ ଗାଙ୍ଗପୁର ମଜଦୂର ମଞ୍ଚ ଏବଂ ରାଉରକେଲା ଶ୍ରମିକ ସଙ୍ଘ ସ୍ୱୀକୃତି ପ୍ରାପ୍ତ ଶ୍ରମିକ ସଙ୍ଗଠନ ଉପରେ ଶ୍ରମିକ ସ୍ୱାର୍ଥ କୁ ଅଣଦେଖା କରୁଥିବା ଆରୋପ ଲଗାଇଥିବା ବେଳେ ନୂତନ ମଜୁରୀ ଚୁକ୍ତିନାମା ଦାବିକୁ ଦୋହରାଇଥିଲେ ।

Leave A Reply

Your email address will not be published.