ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଆ ଦୈନିକ ଖବର କାଗଜ଼ “ନିର୍ଭୟ” ର ମୁଖ୍ୟ ସମ୍ପାଦକ ନବୀନ ଦାସ ଙ୍କ ବଡ ପୁଅ ର ମୃତ ଶରୀର ଭୁବନେଶ୍ୱର ପାତ୍ରପଡା ର ଏକ ପୋଖରୀ ରୁ ରବିବାର ଦିନ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗତକାଲି ସନ୍ଧ୍ୟାରେ କେତେଜଣ ଯୁବକ ନବୀନ ଙ୍କ ପୁଅ ମନୀଷ ଅନୁରାଗ କୁ ଚନ୍ଦ୍ରଶେଖର ପୁର ସ୍ଥିତ ଘରୁ ଡାକି ନେଇ ଯାଇଥିଲେ । ତାଙ୍କ ପୁଅକୁ ପୂର୍ବ ଶତ୍ରୁତା କାରଣରୁ ଅପହରଣ କରି ନିଆଯାଇଥିବା ବାବଦ ରେ ଆଜି ସକାଳେ ମନୀଷ ଙ୍କ ପିତା ନବୀନ ଦାସ ଇମ୍ଫୋସିଟି ଥାନାରେ ଏତେଲା ଦେଇଥିଲେ । ପରେ ଅପରାହ୍ନ ରେ ପାତ୍ରପଡା ର ଏକ ପୋଖରୀ ରେ ଶବ ଭାସୁଥିବା ର ଖବର ମିଳିଥିଲା।ପୋଷ୍ଟ ମର୍ଟମ ପରେ ପୋଲିସ ତଦନ୍ତ ଜାରି ରହିଛି ।