କେଉଁଝର ସଦର ବିଜେପି ବିଧାୟକ ମୋହନ ମାଝୀଙ୍କ କାର ଉପରକୁ ଦୁଇ ଜଣ ଅଜଣା ଦୃବୃତ୍ତ ବୋମା ମାଡ଼ କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ବିଧାୟକ ମୋହନ ମାଝି ଏକ ମିଟିଂ ସାରି ନିଜ ପି ଏସ ଓ ସହ କାର ରେ ଫେରୁଥିବା ବେଳେ ଟାଉନ ଥାନା କ୍ଷେତ୍ର ମାଣ୍ଡୁଆ ଠାରେ ଦୁଇଜଣ ଯୁବକ ବାଇକ ରେ ଆସି ବିଧାୟକ ଙ୍କ ଗାଡି ଉପରେ ବୋମା ମାଡ଼ କରି ପଳାଇଥିଲେ। ବିଧାୟକ ଙ୍କ
ପିଏସଓ ଦୃବୃତ୍ତଙ୍କୁ କିଛି ବାଟ ଗୋଡ଼ାଇଥିଲେ ମାତ୍ର ଉଭୟ ବୋମା ନିକ୍ଷେପ କାରୀ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । କେଉଁଝର ଟାଉନ ଥାନା ପୋଲିସ ଏକ ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି । 20 ବର୍ଷର ରାଜନୈତିକ ଜୀବନରେ ଏପ୍ରକାର ର ଘଟଣା କେବେ ତାଙ୍କ ସାଙ୍ଗରେ ହୋଇନଥିବା ଶ୍ରୀ ମାଝୀ କହିଛନ୍ତି।ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇପାରି ନାହିଁ।