ବଣାଇ : ବିଦ୍ୟୁତ ଖୁଣ୍ଟକୁ ବ୍ରିଜ ଭାବେ ବ୍ୟବହାର କରି ଯିବା ଆସିବା କରୁଛନ୍ତି ଗ୍ରାମବାସୀ।। ଗୁରୁଣ୍ଡିଆ ବ୍ଲକକୁ ‘ବିକାଶ’ ଭୁଲି ଯାଇଛି ରାସ୍ତା।

0 478

ବଣାଇ/ରାଉରକେଲା : ୨୪/୨ (ସତ୍ୟା ନ୍ୟୁଜ) ଲୋକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି ନାଳ। ଏହା କୌଣସି ଅସ୍ଥାୟୀ ବ୍ରିଜ ନୁହେଁ , ଇଲେକ୍ଟ୍ରିକ ଖୁଣ୍ଟକୁ ପକାଇ ବ୍ରିଜ ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏହି ଇଲେକ୍ଟ୍ରିକ ଖୁଣ୍ଟ ବ୍ରିଜକୁ ଦେଖିଲେ ଗ୍ରାମାଞ୍ଚଳରେ ବିକାଶ କିପରି ହୋଇଛି ତା ଅନୁମାନ କରି ହୁଏ। ଏହି ବ୍ରିଜ ପଞ୍ଚାୟତ କିମ୍ବା ସରକାରୀ ଖର୍ଚ୍ଚ ରେ ହୋଇନାହି। ଗ୍ରାମବାସୀ ମାନେ ନିଜ ଖର୍ଚ୍ଚରେ ପରିଶ୍ରମ କରି ଗାଁ କୁ ଯିବା ଆସିବା ରାସ୍ତା କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ଜରଡା ପଞ୍ଚାୟତ ର ସାନ ବୁରଡା ଗ୍ରାମରେ। ବଣାଇ ଉପଖଣ୍ଡ ରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ। ରାଉରକେଲା ସହରରୁ ମାତ୍ର ୫୦ କିଲୋମିଟର। ତଥାପି ବିକାଶ ଏଠାରେ ଅପହଞ୍ଚ। ଛୋଟ ବଡ଼ ପଥର , ଗଛ ଛାଲି କୁ ବ୍ୟବହାର କରି ପିଲର ର ରୂପ ଦିଆଯାଇଛି। ଏହା ଉପରେ ବିଦ୍ୟୁତ ଖୁଣ୍ଟ ପକାଇ ଯିବା ଆସିବା କରୁଛନ୍ତି ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀ। ଏହି ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୁବ ଶୀଘ୍ର ଏଠାରେ ବ୍ରିଜ ତିଆରି ପାଇଁ ପଦକ୍ଷେପ ନିଆଯିବ ବୋଲି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.