ରାଉରକେଲା : ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।। ଅଭିଯୁକ୍ତ ଶିକ୍ଷକ ଗିରଫ।। ଉଦିତନଗର ଥାନାରେ ମାମଲା ଦାୟର।

0 1,423

ରାଉରକେଲା : ୨୪/୨ (ସତ୍ୟାନ୍ୟୁଜ) ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ପୋଲିସ କୋଚିଂ ସେଣ୍ଟର ର ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମରେ ରାଉରକେଲା ଉଦିତନଗର ଥାନାରେ ମାମଲା ଦାୟର ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ ହୃଦୟ ପ୍ରକାଶ ବୋଇତାଇଙ୍କ ବାସନ୍ତୀ କଲୋନୀ ରେ ଏକ କୋଚିଂ ସେଣ୍ଟର ରହିଛି। ଏହି କେନ୍ଦ୍ରରେ ସେ ବର୍ଷ ବର୍ଷ ଧରି ବହୁ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଛନ୍ତି। ଗତକାଲି ଜଣେ ନାବାଳିକା ଛାତ୍ରୀ ପଢିବାକୁ ସେଠାକୁ ଯାଇଥିବା ବେଳେ ଶିକ୍ଷକ ଜଣଙ୍କ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟ ଛାତ୍ରଛାତ୍ରୀ ମାନେ ଚାଲିଯିବା ପରେ ଏକୁଟିଆର ସୁଯୋଗ ନେଇ ଶିକ୍ଷକ ଜଣକ ଏପରି କରିଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ କେତେକ ଅଜଣା ବ୍ୟକ୍ତି ହୃଦୟ ପ୍ରକାଶ ବୋଇତାଇଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ହୃଦୟଙ୍କ ପତ୍ନୀ। ପୋଲିସ ଦୁଇଟି ମାମଲା ରଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.