ବଣାଇ : ଗୁରୁଣ୍ଡିଆ ବ୍ଲକରେ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଲୋକଙ୍କ ମନରେ ଆକ୍ରୋଶ।। ୧୫ ଦିନ ମଧ୍ୟରେ ରାସ୍ତା କାମ ସାରିବାକୁ ଦାବି।

0 373

ବଣାଇ : ୨୩/୨ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକରେ ପୂର୍ବ ଅପେକ୍ଷା ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ଏବେ ମଧ୍ୟ ବହୁ ସ୍ଥାନ ଅପହଞ୍ଚ ତଥା ଅବହେଳିତ ହୋଇ ରହିଯାଇଛି। ଏହି ବ୍ଲକ ର ଭାଲୁ ଡୁଙ୍ଗୁରି ପଞ୍ଚାୟତର ପାଞ୍ଚଟି ଗ୍ରାମ କୁ ଭଲ ରାସ୍ତା ନଥିବାରୁ ଲୋକ ମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଏ ବାବଦରେ ବହୁବାର ଅଭିଯୋଗ କରି ନିରାଶ ହେବା ପରେ ଗତ ନିର୍ବାଚନରେ ଗ୍ରାମବାସୀ ମାନେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ପରେ ପ୍ରଶାସନ ପକ୍ଷରୁ ଉନ୍ନୟନ କାମ କରାଯିବା ନେଇ ପ୍ରତିଶ୍ରୁତି ପରେ ଲୋକମାନେ ଭୋଟ ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରି ନଥିବାରୁ ଆଜି ପାଞ୍ଚଟି ଗ୍ରାମ ର ଶହ ଶହ ଲୋକ ଏକ ଶୋଭାଯାତ୍ରା ରେ ଆସି ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । ୧୫ ଦିନ ମଧ୍ୟରେ ରାସ୍ତା ସହ ଅନ୍ୟାନ୍ୟ ଉନ୍ନୟନ ମୂଳକ କାମ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।

Leave A Reply

Your email address will not be published.