ରାଉରକେଲା : ୨୨/୨ (ସତ୍ୟାନ୍ୟୁଜ) ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଉରକେଲା ଅବକାରୀ ବିଭାଗ ଏବଂ ଆର ପି ଏଫ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ଏହି ଯୁବକଙ୍କ ନାମ ସଚିନ ବିନ୍ ଏବଂ ତାଙ୍କ ଘର ଉତ୍ତରପ୍ରଦେଶରେ। ରାଉରକେଲାରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ରେଳ ଷ୍ଟେସନ ପାର୍କିଙ୍ଗ ନିକଟରେ ସଚିନ ଧରା ପଡିଥିଲା। ଜବତ ହୋଇଥିବା ୩୬ କେଜି ୬୦୦ ଗ୍ରାମ ଗଞ୍ଜେଇର ଅନୁମାନିକ ମୂଲ୍ୟ ୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହା ଯାଉଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।