ମୟୁରଭଞ୍ଜ : ବାମନଘାଟି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ।। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ।

0 329

ମୟୁରଭଞ୍ଜ : ୨୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବାମନଘାଟୀ ମହୋତ୍ସବ ପାଇଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଖଣ୍ଡ ଥାନା ଅଧିକାରୀ ଗୋକୁଳାନନ୍ଦ ସାହୁ,ରାଇରଙ୍ଗପୁର ପୌରପାଳିକା ଅଧକ୍ଷ ଅଭିଶେକ ପଟ୍ଟନାୟକ, ଏ ଡି ଏମ୍ ହେମନ୍ତ କୁମାର ସିଂହ,ତହସିଲଦାର ଚିତ୍ତରଂଜନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ଦାସ,ପାର୍ଥ ସାରଥୀ କବି,ଶାଶ୍ବତ ବଳ,ଦିଲ୍ଲୀପ କୁମାର ମହାନ୍ତି,ରଂଜନ କୁମାର ନନ୍ଦ,ବିଜୟ କୁମାର ରାମ,ଗୌରୀ ଦତ୍ତ,ସର୍ଜନ ବଳ,ମନୁ ଚୌଧୂରୀ,ମନୋରଞ୍ଜନ ମହାନ୍ତି,ପୂଣ୍ଣଚନ୍ଦ୍ର ମହାନ୍ତ,ଗତିକୃଷ୍ଣ ମହାନ୍ତ,ସୁଧାଂଶୁ ବାଳା ପଟ୍ଟନାୟକ,ନିଗମାନନ୍ଦ ପଟ୍ଟନାୟକ ଓ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ। ଉକ୍ତ ବୈଠକରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ,ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ମଧ୍ୟ ଯୋଗଦେଇଥିଲେ। ଆଗାମୀ ଏପ୍ରିଲ ୫,୬ ଓ ୭ ରେ ବାମନଘାଟୀ ମହୋତ୍ସବ ହେବ ବୋଲି ସ୍ଥିରିକୃତ ହୋଇଥିଲା।ଉକ୍ତ ମହୋତ୍ସବ ପାଇଁ ମଞ୍ଚ ପରିଚାଳନା କମିଟି , ଅଭ୍ୟର୍ଥନା କମିଟି , ସ୍ମରଣିକା କମିଟି ତଥା ବିଭିନ୍ନ କମିଟି ଗଠନ କରାଯାଇଥିଲା। ଶାନ୍ତିଶୃଙ୍ଖଳା ସହ କିପରି କାର୍ଯ୍ୟକ୍ରମ ସମାପନ ହୋଇପାରିବ ସେଥିପାଇଁ ଉପଜିଲ୍ଲାପାଳ ସମସ୍ତଙ୍କର ମତାମତ ଲୋଡିଥିଲେ ଏହା ସହ ଏହି ମହୋତ୍ସବରେ ସରକାରୀ ଏବଂ ଘରୋଇ ଷ୍ଟଲ ବସିବା ନେଇ ସୂଚନା ଦିଆଯାଇଥିଲା। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସ୍ବେଛାସେବୀ ଭାବେ ନିୟୋଜିତ ହେବେ।

Leave A Reply

Your email address will not be published.