ରାଉରକେଲା/ବାମରା : ବାମରା ଷ୍ଟେସନରେ ରେଳ ରୋକୋ ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ।। ରାଉରକେଲା ସମେତ ବିଭିନ୍ନ ଷ୍ଟେସନରେ ବହୁ ଟ୍ରେନ ଅଟକି ରହିଛି।
ରାଉରକେଲା/ବାମରା : ୨୨/୨ (ସତ୍ୟାନ୍ୟୁଜ) ବାମରା ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଟ୍ରେନ ରହଣୀ ଦବୀରେ ଆଜି ବାମରା ଷ୍ଟେସନ ଠାରେ ରେଳ ରୋକ କରାଯାଇଛି। ଏହା ସହ ବାମରା ଟାଉନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାମରା ରେଳ ଷ୍ଟେସନରେ କରୋନା ପୂର୍ବରୁ ବହୁ ଗୁଡିଏ ଟ୍ରେନର ରହଣୀ ଥିଲା। ମାତ୍ର କରୋନା ପରେ ସେହିସବୁ ଟ୍ରେନ ରହଣୀ ଉଛେଦ କରାଯାଇଛି। ବାମରା ରେଳ ଷ୍ଟେସନ ଟି ହାୱାଡା-ମୁମ୍ବାଇ ଦକ୍ଷିଣପୂର୍ବ ରେଳ ପଥ ଅଧୀନରେ ଯାଉଥିବା ବେଳେ ଏହାର ଡିଭିଜନ ଅଫିସ ଚକ୍ରଧରପୁର ଓ ମୁଖ୍ୟାଳୟ କୋଲକତା ରେ ରହିଛି l ଏହା ପୂର୍ବରୁ ରେଳ କ୍ରିୟାନୁଷ୍ଠାନ କମିଟି ୨୦୨୦ ଏବଂ ୨୦୨୨ ରେ ରେଳରୋକ କରିଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଟ୍ରେନ ରହଣୀର ପ୍ରତିଶୃତି ଦେଇଥିଲେ। କିଛି ଦିନ ଟ୍ରେନ ରହଣୀ ହୋଇଥିବା ବେଳେ ଏହା ପୁନ୍ନ ବାତିଲ କରିଦିଆଗଲା l ପ୍ରତିବାଦରେ ଆଜି ପୁଣିଥରେ ରେଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓ଼ଲ୍ଳେଇ ଥିବା ରେଳ ରୋକ କରିଛି। ବହୁ ମହିଳା ପୁରୁଷ ରେଳ ଧାରଣ ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି।
ଏବେ ଏବେ ମିଳିଥିବା ସୂଚନା ଅନୁସାରେ ଉତ୍କଳ ଏକ୍ସପ୍ରେସ ସିନି ଷ୍ଟେସନରେ ଏବଂ ତାପସ୍ୱିନୀ ଏକ୍ସପ୍ରେସ ଝାରସୁଗୁଡା ଷ୍ଟେସନରେ ଅଟକି ରହିଛି। ରାଉରକେଲା ଏବଂ ରାଜଗାଙ୍ଗପୁର ଷ୍ଟେସନରେ ମଧ୍ୟ ବହୁ ଟ୍ରେନ ଅଟକି ରହି ଥିବାର ସୂଚନା ମିଳୁଛି।