ରାଉରକେଲା/ବିଶ୍ରା : ୨୧/୨ (ସତ୍ୟାନ୍ୟୁଜ) ଓଡିଶାର ସୀମାନ୍ତ ଅଞ୍ଚଳ ଲୋଆରମ ନିକଟରେ ଯାତ୍ରୀବାହି ବସ କୁ ଦୁର୍ବୁତ୍ତ ମାନେ ଜାଳି ଦେଇଛନ୍ତି। ସୌଭାଗ୍ୟ ବଶତଃ ବସର କଣ୍ଡକ୍ଟର ବର୍ତ୍ତି ଯାଇଛନ୍ତି। ଚିତାପେଡ଼ି ପଞ୍ଚାୟତ ଅନ୍ତର୍ଗତ ଲୋଆରମ ହସ୍ପିଟାଲ ଛକ ନିକଟରେ ସୋମବାର ବିଳମ୍ବିତରାତି ରେ କେହି ଦୁର୍ବୁତ୍ତ ରାଉରକେଲା ରୁ ଲୋଆରମ ଯାତାୟାତ କରୁଥିବା ବସରେ ନିଆଁ ଲଗାଇ ଦେଇଛନ୍ତି। ଶେଫାଳି ନାମକ ଏହି ଘୋରଇ ବସ ନମ୍ବର ଓଡି ୧୪ ଇ ୨୮୮୮ ବୋଲି ଜଣା ପଡ଼ିଛି। ଖବର ପାଇ ବିଶ୍ରା ଥାନାଅଧିକାରୀ ଭଗବାନ ପୂଜାରି ପୋଲିସ ଫୋର୍ସ ସହ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି।