ପରିବହନ ବିଭାଗର ଅଜବ ନୀତି। ସ୍କୁଟି ରେ ସିଟ ବେଲଟ୍ ପିନ୍ଧି ନଥିବାରୁ ଜରିମାନା। ସାଧାରଣତ ଦୁଇ ଚକିଆ ଜାନରେ ହେଲମେଟ୍ ନପିନ୍ଧିଲେ ଫାଇନ ଗଣିବାକୁ ହୁଏ , କିନ୍ତୁ ସ୍କୁଟି ଚାଳକ ସିଟ ବେଲ୍ଟ ନ ଲଗାଇଥିବାରୁ ଫାଇନ ଗଣିବେ। ଏହି କଥାଟା ଟିକେ ଅଲଗା ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରେ ରହୁଥିବା ଅଭିଷେକ କର ଙ୍କ କ୍ଷେତ୍ରରେ । ସେ ଏକ ଘରୋଇ କମ୍ପାନୀର ଜଣେ କର୍ମଚାରୀ। ହଠାତ ତାଙ୍କ ମୋବଇଲ ଫୋନରେ ଏକ ମେସେଜ ଆସିଲା। ମେସେଜ ଥିଲା ସେ ସ୍କୁଟି ରେ ସିଟବେଲ୍ଟ ଲଗାଇ ନାହାନ୍ତି । ତେଣୁ ୧୦୦୦ ଟଙ୍କା ଫାଇନ ଦେବାକୁ ହେବ। ତାହା ପୁଣି ୧ ସପ୍ତାହ ମଧ୍ୟରେ | ତାହା ନିଜ ଜିଲ୍ଲା ରେ ନୁହେଁ ପଡୋଶୀ ଜିଲ୍ଲା ଝାରସୁଗୁଡାରେ। ଏନେଇ ଅଭିଷେକ ଝାରସୁଗୁଡା ଏମଭିଆଇ ଙ୍କ ସହିତ କଥା ହୋଇଛନ୍ତି। ତାହା ସହିତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମଧ୍ୟ ମେଲ କରିଛନ୍ତି। ରାଜ୍ୟ ସରକାର ଯାନବାହାନ ସୁରକ୍ଷା ସହ ଚାଳକଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ ଘଟଣା କୁ ଦେଖିଲେ ସାଧାରଣ ମଣିଷର ଭୁଲ ହୋଇପାରେ କିନ୍ତୁ ଅତ୍ୟାଧୁନିକ ଟେକନୋଲଜି ର କିପରି ଭୁଲ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ସ୍କୁଟି ଚାଳକ ଅଭିଷେକ।