ରାଉରକେଲା : ବେଦବ୍ୟାସରେ ଅୟୋଜିତ ତ୍ରିଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଉଦଯାପିତ।। ଉଲ୍ଲେଖନୀୟ ପ୍ରଦର୍ଶନୀ ପାଇଁ ବିଭିନ୍ନ ବିଭାଗ ପୁରସ୍କୃତ।

0 262

ରାଉରକେଲା : ୨୧/୨ (ସତ୍ୟାନ୍ୟୁଜ) ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଥିବା ତିନି ଦିବସୀୟ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ସୋମବାର ସଂଧ୍ଯା ରେ ସପନ୍ନ ହୋଇ ଯାଇଛି। ସମାପନ ସମାରୋହ ରେ ସୁନ୍ଦର ଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ମୁଖ୍ଯ ଅତିଥି ଭାବରେ ଯୋଗ ଦାନ କରି ପ୍ରଦର୍ଶନୀ ବୁଲି ଦେଖି ଥିଲେ।
ଏହି ପ୍ରଦର୍ଶନୀ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜିଲ୍ଲା କୃଷି ବିଭାଗ , ପାନପୋଷ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଦ୍ବିତୀୟ ଓ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ୩ୟ ସ୍ଥାନ ଅଧିକାର କରିଥିବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଉକ୍ତ ବିଭାଗକୁ ପୁରସ୍କାର ପ୍ରଦାନ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଅାୟୋଜିତ ଏହି ପ୍ରଦର୍ଶନୀରେ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଯଥା ଜିଲ୍ଲା କୃଷି ବିଭାଗ ଠାରୁ ଆରମ୍ଭ କରି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏତଦ୍ ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଂଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଓ ଗବେଷଣା କେନ୍ଦ୍ର ତରଫରୁ ଦିଆଯାଉଥିବା ବିଭିନ୍ନ ସହାୟକ ଉପକରଣ ଓ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ମଧ୍ୟ ଷ୍ଟଲ୍ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ।
ବେଦବ୍ୟାସ ଟ୍ରଷ୍ଟ ବୋର୍ଡର ସଦସ୍ୟ , ରାଜେଶ ଗାର୍ଗ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଉରକେଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।

ସୂଚନା ଯୋଗ୍ୟ ଯେ ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବନ୍ଦ ଥିବା ରାଉରକେଲାର ପବିତ୍ର ବେଦବ୍ୟାସ ପୀଠର ପ୍ରସିଦ୍ଧ ମେଳା ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ କରାଯାଉଛି। ପୂର୍ବରୁ ୧୫ ଦିନ ଧରି ଅୟୋଜିତ ହେଉଥିବା ଏହି ମେଳାକୁ ଚଳିତ ବର୍ଷ ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫେବ୍ରୁଆରି ୧୮ ରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.