ମୟୁରଭଞ୍ଜ : କାରଞ୍ଜିଆ ଓକିଲ ସଂଘ କାର୍ଯ୍ୟାଳୟରେ ଇ-ପାଠାଗାର ଉଦଘାଟିତ।। ଭରଚୁଆଲ ମାଧ୍ୟମରେ ଉଦଘାଟନ କଲେ ସୁପ୍ରିମକୋର୍ଟ ଜଜ୍।
ମୟୁରଭଞ୍ଜ : ୨୧/୨ (ସତ୍ୟାନ୍ୟୁଜ) କରଞ୍ଜିଆ କଚେରୀ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟରେ ଇ- ପାଠାଗାର ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ଦିନ ଭରଚୁଆଲ ମାଧ୍ୟମରେ ସୁପ୍ରିମକୋର୍ଟ ଜଜ୍ କେ ଏମ୍ ଜସେଫ୍ ଏହାକୁ ଉଦଘାଟନ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲିଧର ଏବଂ ସମସ୍ତ ହାଇକୋର୍ଟ ଜଜ୍ ଙ୍କ ଉପସ୍ଥିତିରେ ଏହି ଇ-ପାଠାଗାର ଉଦଘାଟିତ ହୋଇଥିଲା। ଏହି ଉଦଘାଟନ ଉତ୍ସବରେ କରଞ୍ଜିଆ ସବ୍ ଜଜ୍ ଶଙ୍ଖ ଚକ୍ରବର୍ତ୍ତୀ ଏବଂ
ଏସ ଡି ଜେ ଏମ୍ ସାଲୋମୀ ସାହୁ, ଓକିଲ ସଂଘର ସାଧାରଣ ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଆଇନଜୀବୀ ଲଳିତ କୁମାର ମହାନ୍ତ,ବାଞ୍ଛାନିଧି ପୃଷ୍ଟି, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ଚୈଧୁରୀ, ବିଶ୍ୱଜିତ ଚୈଧୁରୀ, ସୁବ୍ରତ ମହାନ୍ତି, ଏବଂ ବହୁ ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଇ- ପାଠାଗାରର ଦ୍ୱାରା ନିଜ ଜ୍ଞାନ,ବିବେକ ଓ ବୁଦ୍ଧିର ବିକାଶ କରିବା ସହ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ପାରିବେ ବୋଲି ଉପସ୍ଥିତ ଆଇନଜୀବୀ ମାନେ ମତ ପ୍ରକାଶ କରିଥିଲେ।