ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଜଣ ଡ୍ରଗ୍ସ ବେପାରୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 3 ଲକ୍ଷ 50 ହଜାର ଟଙ୍କା ମୁଲ୍ୟ ର 48 ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି । ନିଶା ଦ୍ରବ୍ୟ ନେବା ଆଣିବାରେ ବ୍ୟବହୃତ ଏକ ବାଇକ କୁ ମଧ୍ୟ ସେମାନଙ୍କ ଠାରୁ ଜବତ କରାଯାଇଛି । ନିଶା ବେପାରରେ ଜଡିତ ଥିବା ଅଭଯୁକ୍ତ ଦୀପକ କୁମାର ଦାସ ଭୁବନେଶ୍ୱର ର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ତାରିକ ଅନୱର ରାଉରକେଲାର । ଏହି ଦୁଇଜଣ ବଇକ ରେ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ପାୱାର ହାଉସ ରୋଡ ନିକଟ ରିଙ୍ଗ ରୋଡ଼ ରେ ପ୍ଲାଣ୍ଟ ସାଇଟ ପୋଲିସ ସେମାନଙ୍କୁ ଧରିଥିଲେ । ଏବେ ଡ୍ରଗ୍ସ କାରବାର ବୃଦ୍ଧି ପାଇଥିବାରୁ ନିଶା ବେପାରୀଙ୍କ ଉପରେ ରାଉରକେଲା ପୋଲିସ ସ୍ଵତନ୍ତ୍ର ନଜର ରଖିଥିବାର ଜଣାପଡିଛି ।