ରାଉରକେଲା: ଶାନ୍ତି ଶୃଙ୍ଖଳା ସହ ଦୁର୍ଗାପୂଜା ପାଳନ ଲାଗି ସମନ୍ୱୟ କମିଟି ବୈଠକ।। ପୋଲିସ୍ ପ୍ରଶାସନ ସହ ବିଭିନ୍ନ ପୂଜା କମିଟିର ଆଲୋଚନା।

0 56

ରାଉରକେଲା :୧୪/୧୦
(ସତ୍ୟାନ୍ୟୁଜ) ରାଉରକେଲାରେ ଶାରଦୀୟ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ବୁଧବାର ସନ୍ଧ୍ୟାରେ ସିଭିକ ସେଣ୍ଟର୍ ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ସମସ୍ତ ପୂଜା କମିଟି କର୍ମକର୍ତ୍ତା , ଇଣ୍ଟି ଗ୍ରେଶନ ଫୋରମ୍ ସଦସ୍ୟ , କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ ମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ବାବଦ ରେ ଆଲୋଚନା କରିଥିଲେ। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ରାଉରକେଲା ଏସପି ନୀତେଶ ୱାଧୱାନି , ଏଡିଏମ୍ ଦିନା ଦସ୍ତଗିର୍, ଆରଏସପି ସହର ସେବା ପ୍ରଶାସକ ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ଉଭୟ ସିଭିଲ ଟାଉନଶିପ ଏବଂ ଇସ୍ପାତ ସହରାଞ୍ଚଳ ରେ ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ସହ ଷ୍ଟ୍ରିଟ୍ ଲାଇଟ୍ ଠିକ୍ କରିବାକୁ ମତ ପ୍ରକାଶ ପାଇ ଥିଲା।
ଚଳିତବର୍ଷ ରାଉରକେଲାରେ ୧୧୦ ରୁ ଅଧିକ ସ୍ଥାନରେ ଦୁର୍ଗା ପୂଜା ଆୟୋଜିତ ହେଉଛି। ପୂଜାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ ବ୍ୟବସ୍ଥା ର ସଠିକ ପରିଚାଳନା ଉପରେ ଏସପି ଗୁରୁତ୍ୱ ଦେଇଥିଲେ। ଆସିଥିବା ସମସ୍ୟା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆ ଯିବ ବୋଲି ଡିଆଇଜି ଏବଂ ଏଡିଏମ୍ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.