ରାଉରକେଲା : ସହର ର ବିଭିନ୍ନ କଲେଜ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ।। ସନ୍ଧ୍ୟାରେ ଫଳାଫଳ ପ୍ରକାଶ।

0 45

ରାଉରକେଲା
ଆଠ ବର୍ଷ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ, କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ!
ରାଉରକେଲା:୧୫/୮
(ସତ୍ୟାନ୍ୟୁଜ) ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଆଜି ରାଜ୍ୟରେ ହେଉଛି ଛାତ୍ର ସଂସଦ ନିର୍ବାଚନ। ରାଉରକେଲାର ବିଭିନ୍ନ କଲେଜରେ ଆରମ୍ଭ ହୋଇଛି ଛାତ୍ର ସଂସଦ ନିର୍ବାଚନ। ସହରର ୧୦ରୁ ଊର୍ଦ୍ଧ୍ୱ କଲେଜରେ ଚାଲିଛି ଭୋଟଗ୍ରହଣ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ ପରିସରରେ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା।
ବିଶେଷ କରି ରାଉରକେଲା ମ୍ୟୁନିସିପାଲ କଲେଜରେ ୧୧ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ଚାଲିଛି। ଏଠାରେ ପ୍ରାୟ ୧୩୦୦ ଛାତ୍ରଛାତ୍ରୀ ନିଜର ମତଦାନ କରିବେ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ।
ବିଭିନ୍ନ ପଦବୀ ପାଇଁ ପ୍ରାୟ ଏକ ଡଜନ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଥିବାବେଳେ ଦୁଇଟି ପଦବୀ ପାଇଁ କୌଣସି ପ୍ରାର୍ଥୀ ନାହାନ୍ତି।
ଦୀର୍ଘ ଦିନ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଛି ଉତ୍ସାହ। ମତଦାନ ଶେଷ ହେବା ପରେ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି।
ତେବେ କଲେଜ କ୍ୟାମ୍ପସରେ କିଏ ହାତେଇବ ଛାତ୍ର ସଂସଦର ନେତୃତ୍ୱ? ସମସ୍ତଙ୍କ ନଜର ଏବେ ନିର୍ବାଚନ ଫଳାଫଳ ଉପରେ।

Leave A Reply

Your email address will not be published.