ରାଉରକେଲାରେ ଡକାୟତି ଯୋଜନା ପଣ୍ଡ, ୩ ଗିରଫ!
ରାଉରକେଲା : ୧୫/୧୦
(ସତ୍ୟାନ୍ୟୁଜ) ରାଉରକେଲାରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ନାଇଟ୍ ପାଟ୍ରୋଲିଂ ବେଳେ ୬ ନମ୍ୱର୍ ସେକ୍ଟର ଏକତା କ୍ଲବ ପଡ଼ିଆ ନିକଟରୁ ତିନି ଜଣଙ୍କୁ ଗିରଫ କରିଛି ସେକ୍ଟର-୭ ଥାନା ପୋଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ କୁମ୍ଭାର, ଆକାଶ ହରିପାଲ ଏବଂ ମହମ୍ମଦ ସଫି ଓରଫ ବିଲା। ପୋଲିସ ଚଢାଉରେ ଘଟଣାସ୍ଥଳରୁ ଖଣ୍ଡା, ଭୁଜାଲି, ଲୁହା ରଡ୍, ପ୍ଲାସ୍, ଲଙ୍କାଗୁଣ୍ଡ ଓ ଟର୍ଚ୍ଚ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଏହି ଗୋଷ୍ଠୀ ସେକ୍ଟର-୭ ଥାନା ଅଞ୍ଚଳରେ ଘରେ ଡକାୟତି କରିବା ଯୋଜନା କରିଥିଲେ। ତେବେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି।
ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।