ରାଉରକେଲା : ସହରର ଦୁଇ ପ୍ରତିଷ୍ଠିତ ଚାଉଳ ବ୍ୟବସାୟୀ ଗିରଫ।। ନାମୀ କମ୍ପାନୀ ବ୍ରାଣ୍ଡ ବସ୍ତାରେ ନିମ୍ନ ମାନର ଚାଉଳ ବିକ୍ରି କରୁଥିଲେ।

0 167

ରାଉରକେଲା: ୧୪/୧୦
(ସତ୍ୟାନ୍ୟୁଜ) ରାତି ସାରା ରାଉରକେଲା ର ୫ ଟି ଥାନା ପୋଲିସ ଡେଲି ମାର୍କେଟ ଏବଂ ପ୍ଲାଣ୍ଟ ସାଇଟ୍ ରୋଡ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୪୦୦ ବସ୍ତା ନକଲି ଚାଉଳ ଜବତ୍ କରିଛନ୍ତି। ନାମୀ ବ୍ରାଣ୍ଡ କମ୍ପାନୀ ର ବସ୍ତା ରେ ନିମ୍ନ ମାନର ଚାଉଳ ରି ପ୍ୟାକିଂ କରି ବଜାରରେ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ସହରର ଦୁଇ ଜଣ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। ଚାଉଳ ର ସାମ୍ପଲ୍ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠା ଯାଉଛି।
ଅସଲି ବସ୍ତାରେ ନିମ୍ନ ମାନର ନକଲି ଚାଉଳ ଭର୍ତ୍ତି କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏ ବାବଦରେ ‘ ପ୍ରଗତି ‘ କମ୍ପାନୀ ପକ୍ଷରୁ ଥାନାରେ ଏତେଲା ଦିଆଯିବା ପରେ ପୋଲିସ ପକ୍ଷରୁ ସହରର କେତେକ ଚାଉଳ ଗୋଦାମ ଉପରେ ଚଢ଼ାଉ ଚାଲିଛି। ଏପର୍ଯ୍ୟନ୍ତ ବିପୁଳ ପରିମାଣର ନାମୀ ବ୍ରାଣ୍ଡ ନକଲି ଚାଉଳ ଜବତ୍ ହୋଇଥିବା ବେଳେ ପୋଲିସ୍ ଚଢାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ
” ପ୍ରଗତି ” ବ୍ରାଣ୍ଡ ର ଚାଉଳ ବସ୍ତାରେ ଶସ୍ତା ଚାଉଳ ପ୍ୟାକ୍ କରି କେତେକ ଅସାଧୁ ବ୍ୟବସାୟୀ ବଜାରରେ ବିକ୍ରି କରୁଥିବା ଅଭିଯୋଗ ଆସିଥିଲା।

ଅଭିଯୋଗ ପାଇବା ପରେ ପୋଲିସ ଡେଲିମାର୍କେଟ
ଦିନାନାଥ ଲେନ୍ ରେ ଚଢ଼ାଉ କରି ନକଲି ବ୍ରାଣ୍ଡ ଚାଉଳ ବସ୍ତା ଜବତ୍ କରିଛନ୍ତି। ଏ ବାବଦରେ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.