ରାଉରକେଲା : ରାଉରକେଲା ଏୟାରପୋର୍ଟକୁ ମଧୁବାବୁଙ୍କ ନାମରେ ନାମିତ କରିବାକୁ ଦାବି।। ଦାବି କଲା ରାଉରକେଲା ଜାଗରଣ ମଞ୍ଚ।

0 504

ରାଉରକେଲା : ୨୦/୨ ( ସତ୍ୟାନ୍ୟୁଜ) ରାଉରକେଲା ଏୟାରପୋର୍ଟକୁ ମଧୁବାବୁଙ୍କ ନାମରେ ନାମିତ କରିବାକୁ ଦାବି ଜୋର ଧରିଲାଣି। ସହରର ସାମାଜିକ କର୍ମୀ ତଥା ରାଉରକେଲା ଜାଗରଣ ମଞ୍ଚର ସଭାପତି ଅମିତାଭ ସାମଲ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଓଡିଶାର ମହାନ୍ ସନ୍ତାନ ମଧୁବାବୁଙ୍କ ନାମରେ ରାଉରକେଲା ବିମାନବନ୍ଦରକୁ ନାମିତ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ମଧୁବାବୁଙ୍କ ଜୀବନ ପ୍ରେରଣା ସହିତ ପରିପୂର୍ଣ୍ଣ । ତେଣୁ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଲୋକମାନେ ଏଥିରୁ ସକରାତ୍ମକ ଶକ୍ତି ପାଇବେ। ଝାରସୁଗୁଡା ଏୟାରପୋର୍ଟକୁ ବୀର ସୁରେନ୍ଦ୍ର ସାଏ ଙ୍କ ନାମରେ ଏବଂ ଭୁବନେଶ୍ୱର ଏୟାରପୋର୍ଟକୁ ବିଜୁବାବୁଙ୍କ ନାମରେ ନାମିତ କରାଯାଇଛି। ତେଣୁ ରାଉରକେଲା ଏୟାରପୋର୍ଟକୁ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ମଧୁବାବୁଙ୍କ ନାମରେ ନାମିତ କରାଯିବାକୁ ଶ୍ରୀ ସାମଲ ଅନୁରୋଧ କରିଛନ୍ତି। ଏହି ଦାବିପତ୍ରର ଏକ ନକଲ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଆଲ ଓରାମଙ୍କୁ ମଧ୍ୟ ଦିଆଯାଇଛି।

Leave A Reply

Your email address will not be published.