ରାଉରକେଲା : ଲୋରେଟୋ ଇଂଲିଶ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସଵ ଅନୁଷ୍ଠିତ।। ଦୌଡ଼ ପ୍ରତିଯୋଗିତା ସହ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତା ଅୟୋଜିତ।
ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ରାଉରକେଲା ସିଭିଲ ଟାଉନଶିପ ସ୍ଥିତ ଲୋରେଟୋ ଇଂଲିଶ ସ୍କୁଲର ୧୯ ତମ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଇଟେକ ମେଡିକାଲ କଲେଜ ଏବଂ ହସପିଟାଲର ନିର୍ଦ୍ଦେଶକ ଡକ୍ତର ଏ ସୁଦ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସ୍କୁଲ କାର୍ଯ୍ୟକାରିଣୀ ସମିତି ସଦସ୍ୟ ହରମୋହନ ମହାପାତ୍ର , ସନ୍ଦୀପ ସରକାର , ନିର୍ଦ୍ଦେଶକ ସୁରେଶ
କେଜରିୱାଲ ଯୋଗ ଦେଇଥିଲେ। ଏହି ଅବସରରେ ସ୍କୁଲର ପ୍ରିନ୍ସିପାଲ ଶ୍ରୀନାଥ ଭଞ୍ଜ , ଭାଇସ୍ ପ୍ରିନ୍ସିପାଲ ସୁମତି ମୋହନ , ପୁଷ୍ପିତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ପାଠ ପଢା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ଜୀଵନରେ କ୍ରୀଡ଼ାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମହତ୍ତ୍ୱ ରହିଛି। କ୍ରୀଡା ଦ୍ୱାରା ଶାରୀରିକ , ମାନସିକ ଏବଂ ବୌଦ୍ଧିକ ବିକାଶ ଘଟିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସୁଦ କହିଥିଲେ। ଏହି କ୍ରୀଡା ଉତ୍ସବରେ ଦୌଡ଼ ପ୍ରତିଯୋଗୀତା , ରିଲେ ରେସ୍ , ଶଟ୍ ଫୁଟ୍ ପ୍ରତିଯୋଗିତା ଆଦି ହୋଇଥିଲା। ଏହି ବାର୍ଷିକ କ୍ରୀଡ଼ା ଉତ୍ସବରେ ସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ , ଶିକ୍ଷୟତ୍ରୀ , କର୍ମଚାରୀ ମାନେ ଭାଗ ନେଇଥିଲେ।