ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ‘ଆସ ଆମେ ବସ୍ତି କୁ ଯିବା’ କାର୍ଯ୍ୟକ୍ରମ ରେ ୬ ନମ୍ବର ସେକ୍ଟର ଏକତା କ୍ଲବ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ଉପରେ ଅବଗତ ହୋଇଥିଲେ । ଅଞ୍ଚଳ ରେ ଥିବା ବୃଦ୍ଧ , ବୃଦ୍ଧା , ବିଧବା ଭିନ୍ନକ୍ଷମ ଙ୍କୁ କିପରି ସରକାରୀ ଭତ୍ତା ଦିଆଯାଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା। ଏହାଛଡା ଅର୍ଥ ଅଭାବ ରୁ ଚିକିତ୍ସିତ ହୋଇପାରୁନଥିବା ରୋଗୀ ଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରିହବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରଶାନ୍ତ ପ୍ରତିଶୃତି ଦେଇଥିଲେ । ଏହି ଅଞ୍ଚଳ ରେ ଥିବା ବିଭିନ୍ନ ସମସ୍ୟା କୁ ସରକାରୀ ସ୍ତରରେ କିପରି ସମଧାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରଶାନ୍ତ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ନାୟକ, କ୍ରିଷ୍ଣା ନାୟକ, ମଣ୍ଟୁ, ବିଶ୍ୱ ରଞ୍ଜନ ରାଉତ, ସରୋଜ ନାୟକ, ପ୍ରତାପ ପଟ୍ଟନାୟକ, ଜିତେନ୍ ମାଛଖଣ୍ଡ, ସୁରଜ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ |