ରାଉରକେଲା : ତାଳଚେର-ବିମଳାଗଡ଼ ରେଳପଥ ନିର୍ମାଣ ଦାବି ନେଇ ପୁଣି ଆନ୍ଦୋଳନର ଚେତାବନୀ।। ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆଲୋଚନାଚକ୍ର।
ରାଉରକେଲା : ୧୯/୨ (ସତ୍ୟାନ୍ୟୁଜ) ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାମରେ ଅହେତୁକ ବିଳମ୍ବ ଯୋଗୁଁ ପୁଣି ଆନ୍ଦୋଳନ ମୁଣ୍ଡ ଟେକିଲାଣି। ଦୀର୍ଘ ୬୦ ବର୍ଷ ହେଲା ତାଳଚେର ବିମଳାଗଡ଼ ରେଳପଥ ଦାବି ନେଇ ବହୁ ଆନ୍ଦୋଳନ ହୋଇ ଆସୁଛି। କିନ୍ତୁ ରେଳପଥ ନିର୍ମାଣର ଅଗ୍ରଗତି ସନ୍ତୋଷ ଜନକ ନଥିବା ଅଭିଯୋଗ ହେଉଛି। ଶୀଘ୍ର ଜମି ଅଧିଗ୍ରହଣ କରି ଏହି ରେଳପଥ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବକୁ ରବିବାର ଦିନ ରାଉରକେଲା ରେ ଏକ ଆଲୋଚନା ଚକ୍ର ହୋଇଥିଲା। ନାଗରିକ ସୁରକ୍ଷା କମିଟି ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇଥିଲେ। ତାଳଚେର-ବିମଳାଗଡ଼ ରେଳପଥ ଦାବି ବ୍ୟତୀତ ରାଉରକେଲା କୁ ସ୍ୱତନ୍ତ୍ର ରେଳ ଡିଭିଜନ , ରାଉରକେଲା ଏଆରପୋର୍ଟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ , ସୁପର ସ୍ପେସିଆଲଟି ହସପିଟାଲକୁ ଏମ୍ସ କୁ ହସ୍ତାନ୍ତର ଆଦି ଦାବି ମଧ୍ୟ କରାଯାଇଥିଲା।