ରାଉରକେଲା : ଆଜିଠାରୁ ବେଦବ୍ୟାସ ମେଳା ଆରମ୍ଭ।। ଲୋକ ମାନଙ୍କୁ ଆକର୍ଷିତ କରୁଛି ଖଜଲା ର ସ୍ୱାଦ।

0 464

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରିରେ ବେଦବ୍ୟାସ ଶୈବ୍ୟପୀଠରେ ଦେବଦେବ ମହାଦେବଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଅନ୍ୟପକ୍ଷରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ବେଦବ୍ୟାସ ମେଳା। ଏହି ମେଳା ୧୦୦ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ଚାଲି ଆସୁଥିବା ବେଳେ ଏବେବି ଲୋକଙ୍କୁ ଆକର୍ଷିତ କରୁଛି। ଏବେ ମଲ୍ ଟ୍ରେଣ୍ଡ ଚାଲୁଥିବା ବେଳେ ବେଦବ୍ୟାସ ମେଳା ଏହାର ଚମକ ହରାଇ ନାହିଁ। ମନୋହରି ସାମଗ୍ରୀ ଠାରୁ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ଷ୍ଟଲ ଲାଗିବା ଆରମ୍ଭ ହୋଇ ଗଲାଣି। ମେଳା ବୁଲି ଆସୁଥିବା ଲୋକଙ୍କୁ ସବୁଠାରୁ ବେଶୀ ଆକର୍ଷିତ କରୁଛି ଉତ୍ତରପ୍ରଦେଶ ର ଖଜଲା। ମେଳା ଲାଗିବା ଦିନରୁ ଏହି ଖଜଲା ବ୍ୟବସାୟୀ ମାନେ ନିୟମିତ ଭାବେ ଏଠାରେ ଦୋକାନ ଲଗାଉଛନ୍ତି। ଖଜଲା ଏକ ପ୍ରକାର ମିଠା। ମଇଦା , ଚିନି ଏବଂ ଅନ୍ୟ କେତେକ ସାମଗ୍ରୀର ମିଶ୍ରଣରେ ଏହା ପ୍ରସ୍ତୁତ ହେଉଥିବା ବେଳେ ଏହାର ସ୍ୱାଦ କିନ୍ତୁ ସ୍ୱତନ୍ତ୍ର। ଏବେବି ଲୋକ ମାନେ ଏହି ମିଠା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

Leave A Reply

Your email address will not be published.