ବଣାଇ : ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ବାଣେଶ୍ବର ମନ୍ଦିରରେ ରାତି ୪ଟାରୁ ଭକ୍ତଙ୍କ ଭିଡ଼।
ବଣାଇ : ୧୮/୨ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ମହାଶିବରାତ୍ରି ଉପଲକ୍ଷେ ସକାଳୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଜିଲ୍ଲାର ବଣାଇ ଅଞ୍ଚଳରେ ରେ ଥିବା ସମସ୍ତ ଶିବ ମନ୍ଦିରରେ ଆଜି ସକାଳୁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥିଲା।। ବାଣେଶ୍ୱର ମନ୍ଦିରରେ ରାତି ୪ଟା ରୁ ପହଡ଼ ଖୋଲିବା ପରେ ଭକ୍ତ ମାନେ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ମନ୍ଦିରରେ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଜାଗର ରାତିରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।