ମୟୁରଭଞ୍ଜ : ରାଇରଙ୍ଗପୁରର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳନ। ବିଭିନ୍ନ ମନ୍ଦିର କମିଟି ତରଫରୁ ଭଜନ ସମାରୋହର ଆୟୋଜନ ।
ମୟୁରଭଞ୍ଜ : ୧୮/୨ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରେ ମହାଶିବରାତ୍ରି ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଆଦିବାସୀ ଅଧ୍ୟୁଷିତ ବାମନଘାଟି ଉପଖଣ୍ଡର ୭ଟି ବ୍ଲକ୍ ରେ ମହାଆଡମ୍ବରରେ ମହାଶିବରାତ୍ରୀ ପାଳନ କରାଯାଉଛି। ବିଶେଷକରି କୁଚେଇବୁଢୀ, ଇଚିଣ୍ଡା, ଅଳାଁଡୁବା, ସାକଲାଡିହି, ଜଗନ୍ନାଥ ମନ୍ଦିର, ପୁରୁଣାଘାଟୀ ଶିବ ମନ୍ଦିରରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଲାଗିରହିଛି। ବିଭିନ୍ନ କମିଟୀ ପକ୍ଷରୁ ସରବତ୍, ଅନ୍ନ ପ୍ରସାଦ, ଖିରି-ମାଲପୁଆ ଆଦି ଭକ୍ତମାନଙ୍କୁ ବିତରଣ କରାଯାଉଛି। ସନ୍ଧ୍ୟା ସମୟରେ ବିଭିନ୍ନ ଶୈବ୍ୟପୀଠରେ ପାଲା,ପ୍ରବଚନ ନୃତ୍ୟ ସଙ୍ଗୀତର ଆସାର ଦେଖାଯାଇଥିଲା। ପୋଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଶାନ୍ତିଶୃଙ୍ଖଳା ରକ୍ଷା ତଥା ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି।