ରାଉରକେଲା : ମହାଶିବରାତ୍ରି ପାଇଁ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ।। ବେଦବ୍ୟାସ ଶୈବ୍ୟପୀଠରେ ରାତି ୩ଟାରୁ ଆରମ୍ଭ ହୋଇଛି ଦର୍ଶନ।

0 299

ରାଉରକେଲା : ୧୮/୨ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବାକୁ ଆଜି ରାଉରକେଲାର ବିଭିନ୍ନ ଶୈବ୍ୟପୀଠ ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଛି। ଶୈବ୍ୟପୀଠ ବେଦବ୍ୟାସ , ହନୁମାନ ବାଟିକା , ତରକେରା ମନ୍ଦିର , ୩ ନମ୍ବର ସେକ୍ଟର ଜଗନ୍ନାଥ ମନ୍ଦିର ସମେତ ଅନ୍ୟ ଶିବ ମନ୍ଦିରରେ ଭକ୍ତଙ୍କ ସମାଗମ ଲାଗି ରହିଛି। ବେଦବ୍ୟାସ ଶୈବ୍ୟପୀଠରେ ଆଜି ଭୋର ୩ଟାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ଭକ୍ତ ମାନେ ଲମ୍ବା ଲାଇନ ରେ ରହି ମହାଦେବଙ୍କୁ ଦର୍ଶନ କରୁଛନ୍ତି। ଚନ୍ଦ୍ରଶେଖର ମନ୍ଦିରରେ ମଧ୍ୟ ପ୍ରବଳ ଭିଡ ଲାଗି ରହିଛି। କୋଭିଡ ଯୋଗୁ ଦୁଇ ବର୍ଷ ପରେ ଶ୍ରଦ୍ଧାଳୁ ମାନଙ୍କୁ ପୂଜାର୍ଚ୍ଚନା କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଥିଲା। ବାରିକେଡ଼ିଂ କରାଯାଇ ଶୃଙ୍ଖଳିତ ଢଙ୍ଗରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଚଳିତ ବର୍ଷ ବେଦବ୍ୟାସ ମେଳା ଆଜିଠାରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ। ରାଜ୍ୟ ତଥା ରାଜ୍ୟ ବାହାରୁ ୮୦୦ ରୁ ଉର୍ଦ୍ଧ୍ବ ବ୍ୟବସାୟୀ ନିଜ ଦୋକାନ ଲଗାଇଛନ୍ତି। ଆମୋଦ ପ୍ରମୋଦ ଲାଗି ବଡ଼ବଡ଼ ଦୋଳି ମଧ୍ୟ ଲଗାଯାଇଛି। ମହାଶିବରାତ୍ରି ଏବଂ ଜାଗର ମେଳା କୁ ସୁନିୟୋଜିତ ଜରିବାକୁ ବେଦବ୍ୟାସ ମନ୍ଦିର ଟ୍ରଷ୍ଟ , ଜିଲ୍ଲା ପ୍ରଶାସନ , ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.