ସହର ର ବିଭିନ୍ନ ଛକ ସ୍ଥାନରେ ପୋଲିସ ଯାଞ୍ଚ କଡ଼ାକଡ଼ି ।

0 683

ରାଉରକେଲା ର ବିଭିନ୍ନ ଛକ ଏବଂ ପ୍ରବେଶ ପ୍ରସ୍ଥାନ ପଏଣ୍ଟ ରେ ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ସହର ରେ କୌଣସି ଅପରାଧିକ ଗତିବିଧି ର ସନ୍ଦେହ କରି ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନା ଅଞ୍ଚଳ ରେ ଗାଡି ମାତ୍ର ଯାଞ୍ଚ କରାଯାଉଛି । ଆଗକୁ ଅଛି ପାର୍ବଣ । ଏହି ସମୟରେ ସହର ର ଛୋଟ ବଡ଼ ଅପରାଧରେ ବୃଦ୍ଧି ହେଉଥିବା ଆଗରୁ ନଜିର ରହିଛି । ଅପରାଧ ରୋକିବାକୁ ପୋଲିସ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଯାଞ୍ଚ କରାଯାଉଛି । ତେବେ କୌଣସି ସୂଚନା ଆଧାରରେ ଏହି ଯାଞ୍ଚ ହେଉଛି କିମ୍ବା ପାର୍ବଣ ରେ ଅପରାଧ ନିୟନ୍ତ୍ରଣ ଲାଗି ଏହି ଯାଞ୍ଚ ଚାଲିଛି ତା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.