ରାଇରଙ୍ଗପୁର : କେନ୍ଦ୍ରର ଚାଉଳ କାଟ ପ୍ରସଙ୍ଗରେ ବିଜେଡିର ପ୍ରତିବାଦ ସଭା।। ବିଡ଼ିଓଙ୍କ ଜରିଆରେ ଦେଲେ ଦାବିପତ୍ର।

0 276

ମୟୁରଭଞ୍ଜ : ୧୭/୨ (ସତ୍ୟାନ୍ୟୁଜ) କୋଭିଡ ସମୟରେ କେନ୍ଦ୍ର ଦେଉଥିବା ଅତିରିକ୍ତ ୫ ଜେଜି ଚାଉଳ କାଟ ପ୍ରସଙ୍ଗକୁ ବିରୋଧ କରିଛି ବିଜେଡି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୧୦ କେଜି ରୁ ୫ କେଜି କରିବା ନେଇ ରାଇରଙ୍ଗପୁର ବିଜେଡି ନଗର ସଭାପତି ପ୍ରଭାତ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ୱାର୍ଡର ଲୋକମାନେ ଯୋଗ ଦେଇଥିଲେ ।ଏହି ପ୍ରତିବାଦ ସଭାରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ,ଉପାଧକ୍ଷା ନମିତା ଚୌଧୂରୀ ,ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍,ମହିଳା ସଭାପତି ତନୁଜା ମହାନ୍ତ,ବରିଷ୍ଠ ନେତା ବରୁଣ ମହାନ୍ତି,ପାର୍ଥ ସାରଥୀ କବି,ପଞ୍ଚୁ ଲୋହାର ,ଗୁନୁ ମହାନ୍ତ,ଯବ ନେତା ସାଜିଦ୍ ହୁସେନ,ଟାଉନ ସଭାପତି ପୁଷ୍ପିତା ମହାନ୍ତ,ଜିଲ୍ଲା ସମ୍ପାଦିକା ସୁଷମା ବେହେରା ତଥା କାଉସିଲରଗଣ ୧ନଂ ଅରୁଣ ପାଲ,୨ନଂ ସୁକଦେବ ବେହେରା,୩ନଂ ସଲେ ମହାନ୍ତ,୪ନଂ ଆରତୀ ମାର୍ଣି,୭ନଂ ଦେବସ୍ମିତା ଡଗରା,୮ନଂ ପୂର୍ଣ୍ଣିମା ମହାନ୍ତ,୧୧ନଂ ସାଇରୁନ ନିଶା,୧୨ନଂ ଅନୁପ ମହାନ୍ତି,୧୩ନଂ ଧୀରା ବେସ୍ରା,୧୪ ଚନ୍ଦ୍ରକାନ୍ତି ସେଠୀ ଉପସ୍ଥିତ ଥିଲେ |ଏହିଠାରେ ସମସ୍ତେ ବିଜେପି ସରକାର ବିରୋଧରେ ଅଗ୍ନିଗିଳା ବକ୍ତବ୍ୟ ଦେଇଥିଲେ |ତାପରେ ରାଇରଙ୍ଗପୁର ବ୍ଲକ୍ କୁ ଯାଇ ବିକ୍ଷୋଭ କରିବା ସହ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ। ରାଇରଙ୍ଗପୁର ବ୍ଲକ୍ ର ଭାଲୁବସା,ପୁରୁଣାପାଣି,ସାନପାଖଣା,
ହଳଦା,ସୁଦର୍ଶନପୁର,କୁଲେଇଶିଳା,ଗୁହାଳଡାଙ୍ଗରି,ହାତିଆ ଓ ବଡ ମୌଦା ର ଅଧିବାସୀଗଣ ଯୋଗ ଦେଇଥିଲେ |ଉକ୍ତ ପ୍ରତିବାଦ ସଭାରେ ବିଜେଡିର ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ |ଏହାପରେ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଡିଓ ସାଗର ଚନ୍ଦ୍ର ମୁର୍ମୁ ଙ୍କ ଜରିଆରେ ଦାବୀପତ୍ର ଦେଇଥିଲେ । ଏହି ମହାନ ବିକ୍ଷୋଭରେ ଶହଶହ ସଂଖ୍ୟାରେ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.