ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବସ୍ତିରେ ପାନୀୟ ଜଳ ସଙ୍କଟ ଅଭିଯୋଗ।। ଶୀଘ୍ର ସମସ୍ୟାର ସମାଧାନ ଦାବି କଲେ ପ୍ରଶାନ୍ତ ସେଠି।
ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଇସ୍ପାତ ସହରାଞ୍ଚଳରେ ଥିବା ୫୦ ପ୍ରତିଶତ ରୁ ଅଧିକ ବସ୍ତିରେ ପାନୀୟ ଜଳ ସଙ୍କଟ ଉତ୍କଟ ହୋଇଛି। ଚଳିତ ବର୍ଷ ଫେବୃଆରୀ ମାସ ଆରମ୍ଭରୁ ସହରରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଲାଣି। ତେଣୁ ଆଗାମୀ ଦିନରେ ଜଳ ସଙ୍କଟ ଦେଖାଯିବାର ସମ୍ଭାବନା ରହିଛି। ସେକ୍ଟର ଅଞ୍ଚଳରେ ଥିବା ବହୁ ବସ୍ତିରେ ପାଇପ ବିଛା ଯାଇଥିଲେ ମଧ୍ୟ ପାଣି ସପ୍ଲାଇ ହୋଇ ପାରିନାହିଁ । କେତେକ ବସ୍ତିରେ ପାଇପ ମଧ୍ୟ ବିଛା ଯାଇନାହିଁ। ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ବସ୍ତି ଅଞ୍ଚଳକୁ ପାନୀୟ ଜଳ ଯୋଗାଣ କୁ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ପ୍ରଶାନ୍ତ ସେଠି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ଦେବବ୍ରତ ବିହାରୀ , ଉମେଶ ଶରଣ , ସନ୍ତୋଷ ବିଶ୍ୱାଳ , ସରୋଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ବସ୍ତି ଅଞ୍ଚଳରେ ଶିଘ୍ର ପାନୀୟ ଜଳ ଯୋଗଣର ବ୍ୟବସ୍ଥା କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।