ରାଉରକେଲା : ୫ ଲକ୍ଷ ଟଙ୍କାର ନକଲି ମଦ ଜବତ କଲେ ଅବକାରୀ ବିଭାଗ।। ୨ ମହିଳାଙ୍କ ସମେତ ୩ ଜଣ ଗିରଫ।। ବହୁ ପରିମାଣର ଠିପି , ଲେବଲ ଆଦି ଜବତ।

0 301

ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ୧୨ ବୋତଲ ମଦକୁ ୪୮ ବୋତଲ ମଦ କରାଯାଏ। ବାହାର ରାଜ୍ୟରୁ ଥୋକ ହିସାବରେ ମଦ ଆଣି ସେଗୁଡିକ ପ୍ରଥମେ ଷ୍ଟକ ରଖାଯାଏ। ପରେ ଏହି ମଦରେ ପାଣି ମିଶାଯାଇ ଅନ୍ୟ ବୋତଲରେ
ରି-ପ୍ୟାକିଙ୍ଗ କରାଯାଏ। ଏହାପରେ ଏହି ବୋତଲରେ ନାମିଦାମୀ ମଦ କମ୍ପାନୀର ଲେବଲ ମରାଯାଇ ବଜାର କୁ ଛଡା ଯାଏ। ଏହିପରି ଏକ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଆଜି ଚଢ଼ାଉ କରିଛି ରାଉରକେଲା ଅବକାରୀ ବିଭାଗ। ବ୍ରାହ୍ମଣୀତରଙ୍ଗ ଥାନା ଜୁରାପଡ଼ା ଏରିଆ ରେ ଏହି କାରଖାନା ଚାଲିଥିଲା। ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଦୁଇଜଣ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ଅବକାରୀ ବିଭାଗ ଏହି ଚଢାଉରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବେଆଇନ ବିଦେଶୀ ମଦ ଜବତ କରିଛି। ଏହା ସହ ବହୁ ପରିମାଣର ଠିପି ,ବୋତଲ , ଲେବଲ ଆଦି ମଧ୍ୟ ଜବତ ହୋଇଛି। ମଦ ପରିବହନ ରେ ବ୍ୟବହୃତ ୩ ଟି ସ୍କୁଟି ମଧ୍ୟ ଜବତ କରା ଯାଇଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୭ ଟି ନକଲି ମଦ କାରବାର ମାମଲାର ପର୍ଦ୍ଦାଫାସ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.