ରାଉରକେଲା : କେନ୍ଦ୍ର ବିରୁଦ୍ଧରେ ବିଜେଡିର ପ୍ରତିବାଦ ସଭା।। ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୫କେଜି ଚାଉଳ କାଟି ଦେଇଥିବା ଅଭିଯୋଗ।
ରାଉରକେଲା/ସୁନ୍ଦରଗଡ : ୧୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆ ଯାଉଥିବା ୫ କେଜି ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଗରିବଙ୍କ ଆହାରକୁ ବନ୍ଦ କରି ଦେଇଥିବା ଅଭିଯୋଗ କରି ରାଉରକେଲା ତଥା ସୁନ୍ଦରଗଡରେ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ରାଉରକେଲାରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ୱରେ ବିଜେଡି ର କର୍ମୀ ମାନେ ଏକ ପ୍ରତିବାଦ ଶୋଭଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ବିଜେଡିର ମହିଳା , ଛାତ୍ର ଏବଂ ଯୁବ କର୍ମୀ ମାନେ ଯୋଗ ଦେଇଥିଲେ।
ସେହିପରି ସୁନ୍ଦରଗଡରେ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ହିତାଧୀକାରୀ ଙ୍କୁ ମିଳୁଥିବା ୧୦ କେଜି ଚାଉଳ ରୁ ୫ କେଜି କାଟି ଦେଇ ଗରିବ ପେଟରେ ଲାତ ମାରୁଥିବା ଅଭିଯୋଗ କରିଛି ବିଜେଡି। ପ୍ରତିବାଦରେ ଆଜି ସୁନ୍ଦରଗଡ଼ ଡି ଆର ଡି ଏ ଛକ ସମ୍ମୁଖରେ ସୁନ୍ଦରଗଡ ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିୀ ସଭାପତି ବୈକୁଣ୍ଠ ନାଏକ, ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଯୋଗେଶ ସିଂ, ପୌର ପରିଷଦ ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ଙ୍କ ସହିତ ବହୁ କର୍ମୀ ସାମିଲ ହୋଇଥିଲେ। ପରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।