ବଣାଇ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କଟା ଯାଇଥିବା ଅଭିଯୋଗ।। ବିଜେଡିର ପ୍ରତିବାଦ ସଭା।
ବଣାଇ: ୧୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆ ଯାଉଥିବା ୫ କେଜି ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଗରିବଙ୍କ ଆହାରକୁ ବନ୍ଦ କରି ଦେଇଥିବା ଅଭିଯୋଗ କରି ବଣାଇଁ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାର ଗରିବଙ୍କ ମୁହଁରୁ ଦାନା ଛଡାଇ ନେଇଥିବା ବିଜେଡି ମୁଖପାତ୍ର ସୁନ୍ଦରମଣି ପ୍ରଧାନ ଓ ବଣାଇଁ ଜିଲ୍ଲା ପରିଷଦ ରାମଚନ୍ଦ୍ର ସାହୁ ପ୍ରମୁଖ ନିଜ ବ୍ୟକ୍ତବ୍ୟରେ କହିଥିଲେ। ବଣାଇଁ ବ୍ଲକରେ ଥିବା ଗଡ ଗୋଗୁଆ, ରୁଗୁଡା, ଗୋବିନ୍ଦପୁର, ଜକେଇକଳା, ଝିରଡାପାଲି, କଷଡା, କେନ୍ଦ୍ରିକଳା, ବଣାଇଁଗଡ, ଆଦି ୧୩ଟି ପଞ୍ଚାୟତରେ ପ୍ରତିବାଦ ସଭା କରା ଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ବଣାଇଁ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିସାନ, ଜିଲ୍ଲାପରିଷଦ ସଭ୍ୟ ବୀର ବିଚିତ୍ର ସେନ ନାୟକ, ବଣାଇଁ ବ୍ଲକ ସଭାପତି ରଘୁନାଥ ସାହୁ, କୁଲମଣୀ ପ୍ରଧାନ, ରୋହିତାଶ୍ଵ ମିଶ୍ର, ବଣାଇଁ ବ୍ଲକ ଉପାଧ୍ୟକ୍ଷ ବିନିତା ବେହେରା ପ୍ରମୁଖ ଏହା ସବୁ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ସେହିପରି ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ୧୭ଟି ପଞ୍ଚାୟତରେ ପ୍ରତିବାଦ ସଭା ହୋଇଥିଲା।