ରାଜଗାଙ୍ଗପୁର : ଡାଲମିଆ ଭାରତ ଫାଉଣ୍ଡସନକୁ ସୁନ୍ଦରଗଡ ଜିଲ୍ଲାର ନି-କ୍ଷୟ ମିତ୍ର ଭାବେ ମନୋନୀତ।। ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବେ।
ରାଜଗାଙ୍ଗପୁର : ୧୫/୨ (ସତ୍ୟାନ୍ୟୁଜ) ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭରତ ଅଭିଯାନ ଅଧୀନରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହକ (ସିଏସଆର) ବିଭାଗ ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) କୁ ସୁନ୍ଦରଗଡ ଜିଲ୍ଲାର ନି-କ୍ଷୟ ମିତ୍ର ଭାବରେ ମନୋନୀତ କରାଯାଇଛି। ଆଜି ଡିସିବିଏଲ୍ ରାଜଗାଙ୍ଗପୁର ସହଯୋଗରେ ରାଜଗଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ସିଡିଏମଓ ଡକ୍ଟର ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିସିବିଏଲ୍ ଏଇଡ଼ି ତଥା ଆଞ୍ଚଳିକ ଚିକିତ୍ସା ଅଧିକାରୀ ଡ଼. ଡ଼ି କେ ସିଂ, ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ , ଡ଼. ମହେନ୍ଦ୍ର କୁମାର ତlନ୍ତୀ ମେଡିକାଲ୍ ଅଧୀକ୍ଷକ ଲାଇଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡ଼. ଜଗଦୀଶ ଟପ୍ପୋ ମେଡିକାଲ୍ ଅଧୀକ୍ଷକ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡ଼. ଶକ୍ତି ପ୍ରସାଦ ପାଢ଼ୀ ସୁନ୍ଦରଗଡ ଜିଲ୍ଲା ଟିବି ଅଧିକାରୀ ଅନ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l ରାଜଗଙ୍ଗପୁର ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଯକ୍ଷ୍ମା ପୀଡିତଙ୍କୁ ଏହି ରୋଗରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନ ମନ୍ତ୍ର ଯକ୍ଷ୍ମା ମୁଖ ଭାରତ ଅଭିଯାନ ଆରମ୍ଭ କରାଯାଇଛି। ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ ଅଧୀନରେ ୨୦୨୫ ସୁଦ୍ଧା ଯକ୍ଷ୍ମା ଦୂର କରିବାକୁ ଲକ୍ଷ୍ୟ ରଖିଛି। ଯକ୍ଷ୍ମା ରୋଗୀଙ୍କ ସଫଳ ଚିକିତ୍ସା ପାଇଁ, ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକର ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ କର୍ପୋରେଟ ହାଉସକୁ ନି-କ୍ଷୟ ମିତ୍ର ଭାବରେ ନିମନ୍ତ୍ରଣ କରାଯାଇଛି।
ଏହି କ୍ରମରେ ସିଡିଏମଓ କାର୍ଯ୍ୟାଳୟ, ସୁନ୍ଦରଗଡ ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ଗାଁର ୧୩୩ ଜଣ ଟିବି ରୋଗୀଙ୍କ ତାଲିକା ହସ୍ତାନ୍ତର କରିଛି ଯେଉଁମାନଙ୍କୁ ଡାଲମିଆ ଭାରତ ଫାଉଣ୍ଡେସନ ପୁଷ୍ଟିକର ଖାଦ୍ୟ ସହାୟତା ପ୍ରଦାନ କରିବ।
ମୁଖ୍ୟ ଅତିଥି ଡ଼. ସରୋଜ କୁମାର ମିଶ୍ର ଉପସ୍ଥିତ ଦର୍ଶକଙ୍କୁ ନି-କ୍ଷୟ ମିତ୍ର ବିଷୟରେ ସୂଚନା ଦେଇ ଡାଲମିଆ ସିମେଣ୍ଟ କୁ ସହାୟତl ର ହାତ ବଢାଇବା ପାଇଁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ l
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡାଲମିଆ ସିମେଣ୍ଟ ସିଏସଆର ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ରାଜଗଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ସହଯୋଗ କରିଥିଲେ।