ମୟୁରଭଞ୍ଜ : ନିମ୍ନ ମାନର କଂକ୍ରିଟ ରୋଡ଼ କାମର ଅଭିଯୋଗ।। ବିହିତ ପଦକ୍ଷେପ ନେବାକୁ ଜାମଦା ବିଡ଼ିଓ ଙ୍କୁ ଅନୁରୋଧ କଲେ ଗ୍ରାମବାସୀ।

0 288

ଜାମଦା : ୧୫/୨ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଳକର ମହିଷାକୁଦର ଗ୍ରାମର କଂକ୍ରିଟ ରୋଡ଼ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ତାଳଗାଁ ପଞ୍ଚାୟତର ତଳସାହି ରେ ଦୁଇଲକ୍ଷ ଟଙ୍କାର କାମ ବିଭାଗୀୟ ଅଧିକାରୀଙ୍କ ନାମରେ ହେଉଛି। କାମଟି ଅତି ନିମ୍ନର ହୋଇ ଥିବାରୁ ଗ୍ରାମବାସୀ ମାନେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ମାନେ ଜାମଦା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ନିମ୍ନ ମାନ କାମର ତଦନ୍ତ କରାଯାଇ ଭଲ ଭାବରେ କାମ କରିବା ପାଇଁ ବିଡ଼ିଓଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ମାନେ ।ଅପର ପକ୍ଷରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କାମଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି ।

Leave A Reply

Your email address will not be published.