ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପିର ଗଣଧାରଣା।। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ।
ସୁନ୍ଦରଗଡ/ରାଉରକେଲା : ୧୫/୨ (ସତ୍ୟାନ୍ୟୁଜ) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ଘଟିଥିବା ଅଭିଯୋଗ କରିଛି ବିଜେପି। ଗୃହ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୁନ୍ଦରଗଡ ବିଜେପି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଡି ଆର ଡି ଏ ଛକ ଠାରେ ତଲସରା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଭବାନୀ ଶଙ୍କର ଭୋଇ ଏବଂ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ ଙ୍କ ନେତୃତ୍ବ ରେ ବହୁ ବିଜେପି କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ରାଉରକେଲାରେ ମଧ୍ୟ ବିଜେପି ପକ୍ଷରୁ ଧାରଣା ଦିଆ ଯାଇଥିଲା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରା ଯାଇଥିଲା।