ବଣାଇ : ଭୂମି ତଳେ ଟାଙ୍କିରେ ପୋତା ହୋଇଛି ବସ୍ତା ବସ୍ତା ଚାଉଳ।। ବଡ଼ ଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପଛପଟୁ ଠାବ।

0 396

ବଣାଇ: ୧୫/୨ (ସତ୍ୟାନ୍ୟୁଜ)
ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ର ବଡ଼ ଗୋଗୁଆ ପଞ୍ଚାୟତରେ ପୋତା ହୋଇଥିବା ବସ୍ତା ବସ୍ତା ଚାଉଳ ଠାବ କରାଯାଇଛି। ଗରିବ ଲୋକଙ୍କ ପାଇଁ ଆସୁଥିବା ଏହି ଚାଉଳ କେଉଁ ପରିପ୍ରେକ୍ଷୀରେ କିଏ ପୋତିଲା ତାହା ଜଣା ପଡ଼ିନାହିଁ। ପଞ୍ଚାୟତ କାର୍ଯ୍ୟାଳୟର ପଛପଟେ ଥିବା ଏକ ଟାଙ୍କିରେ ଏହି ଚାଉଳ ପୋତା ଯାଉଥିବା ବେଳେ କିଛି ଲୋକ ଦେଖି ପାରିଥିଲେ। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଆର୍ଥିକ ଭାବେ ସ୍ଵଚ୍ଛଳ ନଥିବା ଲୋକ ମାନେ ଚାଉଳ ପାଉନଥିବା ବେଳେ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ପୋତା ଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave A Reply

Your email address will not be published.